ହେଡଲାଇନସ୍:

ଫେଲ ମାରିଲା ଭିଡ ନିୟନ୍ତ୍ରଣ ଯୋଜନା!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ, ୨୬/୬, (ଅନିମେଶ ପଟ୍ଟନାୟକ): ଚଳିତ ରଥଯାତ୍ରାର ଅବ୍ୟବସ୍ଥା ଜଳଜଳ ଦିଶୁଛି । ତ୍ରୁଟି ଶୂନ୍ଯ ଓ ସ୍ମରଣୀୟ ରଥଯାତ୍ରା କରିବାକୁ ସଂକଳ୍ପ ନେଇଥିବା ସରକାର ଏଥର ରଥଯାତ୍ରାକୁ ତ୍ରୁଟିଯୁକ୍ତ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ରଥଯାତ୍ରା ଏକପ୍ରକାର ସ୍ମରଣୀୟ ହୋଇଯାଇଛି |
ବଡ଼କଥା ହେଉଛି ସଂଧ୍ଯାରେ ରଥଟଣା ପରେ ବଡଦାଣ୍ଡ ଟ୍ରାଫିକ ବ୍ୟବସ୍ଥା ଭୂଷୁଡି ଯାଇଥିବାର ଦେଖିବାକୁ ମିଳିଛି । ବଡବଡିଆଙ୍କ ପରିବାର ନାଲିବତୀ ଗାଡିରେ ବେଧଡକ ଦର୍ଶନ ପାଇଁ ଯାଆ ଆସ କରୁଥିବାର ଦେଖାଯାଇଥିଲା । ଫଳରେ ଯାତାୟତ କରୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ପୂର୍ବରୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅନେକ ପ୍ରସ୍ତୁତି ଓ ମକଡ୍ରିଲ ହୋଇଛି । ଘନ ଘନ ବୈଠକ ଓ ଉଚ୍ଚ ସ୍ତରୀୟ ସମୀକ୍ଷା ମଧ୍ଯ ହୋଇଛି । ହେଲେ ଶେଷରେ ସବୁ ଯୋଜନା ଫେଲ ମାରିଛି । ଭିଡ ଏତେ ମାତ୍ରାରେ ଥିଲା ଯେ ନିମନ୍ତ୍ରଣ କରିବାରେ ବିଫଳ ହୋଇଥିଲା ଜିଲ୍ଲା ପ୍ରଶାସନ। ଶ୍ରଦ୍ଧାଳୁ ମାନେ ତିନିରଥର ଚାରିପାଖେ ଜମି ରହିଥିଲେ । ସମସ୍ତଙ୍କ ମନରେ ଥିଲା ଶ୍ରୀଜୀଉମାନଙ୍କ ରଥ ଦଉଡି ଧରି ରଥ ଟାଣିବା । ମନରେ ଉତ୍ସାହ ହେବା ବି ସ୍ୟାଭାବିକ । ଫଳ ଏପରି ହେଲା ଯେ ତିନି ଠାକୁରଙ୍କ ରଥ ସଠିକ୍ ଭାବେ ଟଣା ଯାଇପାରିଲା ନାହିଁ ।
ବଡଠାକୁରଙ୍କ ରଥ ବାରମ୍ବାର ମୋଡ ନେଉଥିବାରୁ ବାରମ୍ବାର ଅଟକୁଥିଲା ତାଳଧ୍ଵଜ। ସେପଟେ ବଡ ଭାଇଙ୍କ ରଥ ଆଗକୁ ନ ଯାଉଥିବାରୁ ସୁଭଦ୍ରାଙ୍କ ଦର୍ପଦଳନ ରଥ ମଧ୍ଯ ଧିମେଇଥିଲା । ବଡକଥା ହେଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସଂଧ୍ୟା ୭.୪୫ ମିନିଟରେ ସାମାନ୍ଯ ଗଡି ଅଟକି ଯାଇଥିଲା । ସୂର୍ଯ୍ୟାସ୍ତ ପରେ ରଥ ଟାଣିବା ଏକ ନିୟମ ବିରୁଦ୍ଧ ବା ବ୍ୟତିକ୍ରମ |

ଅନ୍ୟପଟେ ଶ୍ରୀଜୀଉମାନଙ୍କ ରଥ’ର କର୍ଡ଼ନ ଭିତରେ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଓ ଭିଡ଼ ନିୟନ୍ତ୍ରଣରେ ପୁଲିସର ବିଫଳତା ଯୋଗୁ ରଥଟଣାରେ ଅସୁବିଧା ହେବାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସହର ତଥା ବଡଦାଣ୍ଡରେ ଅନେକ ସ୍ଥାନରେ ଏଆଇ ସିସିଟିଭି କ୍ୟାମେରା ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ।
ପହଣ୍ଡିରୁ ଆରମ୍ଭ ହୋଇଥିଲା ବିଳମ୍ବ। ନିର୍ଦ୍ଧାରିତ ସମୟର ୧ଘଣ୍ଟା ବିଳମ୍ବରେ ହୋଇଥିଲା ପହଣ୍ଡି । ରଥଟଣା ବ୍ୟବସ୍ଥାବଳୀର ବିଫଳତାକୁ ଲୁଚାଇବାକୁ ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ଅଠା ଲଗାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗତଥର ଅପେକ୍ଷା ଚଳିତଥର ଦେଢ ଗୁଣ ଅଧିକା ଲୋକ ହୋଇଥିବାରୁ ଏଭଳି ପରିସ୍ଥିତି ହୋଇଥିଲା ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଯାହାକୁ ସ୍ରାନୀୟ ଲୋକେ ନାପସନ୍ଦ କରିଛନ୍ତି । ସରକାରଙ୍କ ଦୂରଦୃଷ୍ଟିର ଅଭାବ ଅଛି । ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବନା ନଥିବାରୁ ସରକାର ଫେଲ ହୋଇଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

0
0
0
s2sdefault