ହେଡଲାଇନସ୍:

ବେଲଗୁଣ୍ଠାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି I ଆଜି ବେଲଗୁଣ୍ଠା ସ୍ଥିତ ପେଣ୍ଠ ସାହି ଏବଂ ବାଲିଡ଼ି ସାହିରେ ରୀତିନୀତି ମୁତାବକ ପୂଜାବିଧି ସମ୍ପନ୍ନ ହେବା ସହିତ ପହଣ୍ଡି ବିଜେ ଏବଂ ଛେରା ପହଁରା ନୀତି ପରେ ରଥ ଟଣା ଯାଇଥିଲା I ବେଲଗୁଣ୍ଠା ପେଣ୍ଠ ସାହିରେ ମୁଖ୍ୟ ପୂଜକ ଲିଟୂ ପତି ଏବଂ ରାଧାମୋହନ ଦାସଙ୍କ ପୌରୋହିତ୍ୟରେ ମହାପ୍ରଭୁଙ୍କ ଯାତ୍ର ଅନୁଷ୍ଠିତ ହୋଇଥିଲା I ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ,ମାଇଲମ ଅବକାଶ,ଆଳତି, ସୂର୍ଯ୍ୟ ପୂଜା,ତନ୍ତୀ ଭୋଗ, ହେବାପରେ ଅନ୍ୟନ୍ୟ ରୀତିନୀତି ସମ୍ପନ୍ନ ହୋଇଥିଲା I ପହଣ୍ଡି ବିଜେ ପରେ ଶହେ ଆଠ ଆଳତି କରାଯାଇ ଅପରାହ୍ଣରେ ରଥ ଟଣା ହୋଇଥିଲା I ତହସିଲଦାର କଳାକୃଷ୍ଣ ପ୍ରଧାନ,ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ସମେତ ସମସ୍ତ ପୋଲିସ୍ ବାହିନୀ ଏବଂ ମନ୍ଦିର ପରିଚାଳନା କମିଟି ଏହି ଯାତ୍ରାକୁ ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ I ବାଲିଡି ସାହିରେ ସନ୍ତୋଷ କୁମାର ପଣ୍ଡା ଏବଂ ପବିତ୍ର ପଣ୍ଡାଙ୍କ ପୌରୋହିତ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା I ସେହିପରି ବ୍ଳକ୍ ର ଗୋବରା ଗ୍ରାମରେ ପୁରୋହିତ ରାମକୃଷ୍ଣ ପାତ୍ର ଏବଂ ସୁରେନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଅପରାହ୍ଣରେ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା, ରଥ ପରିକ୍ରମା ଏବଂ ପହଣ୍ଡି ବିଜେ କରାଯାଇ ସନ୍ଧ୍ୟା ପାଞ୍ଚଟା ପରେ ରଥ ଟଣା ନୀତି ଅନୁଷ୍ଠିତ ହୋଇଥିଲା I ସେହିପରି ବ୍ଳକ୍ ର ଜୟନ୍ତୀଗଡ଼,ପାଇଲିପଡ଼ା ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଉତ୍ସାହର ସହିତ ମହାପ୍ରଭୁଙ୍କ ରଥଟଣା ନୀତି ସମ୍ପନ୍ନ ହୋଇଛି I ସେହିପରି ଗାଙ୍ଗପୁର ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଦ୍ୱିତୀୟ ବାର୍ଷିକ ରଥ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସାମନ୍ତ ରାଜା ଦିଲ୍ଲୀ ରଣସିଂହ ସାମନ୍ତ ଛେରା ପହଁରା କରିଥିଲେ Iରାଜ କିଶୋର ମହାନ୍ତି,ଶରତ,ଚନ୍ଦ୍ର, ମାହାନ୍ତି, କୃଷ୍ଣ ଚନ୍ଦ୍ର ମାହାନ୍ତି, ରଞ୍ଜିତ ପାଢ଼ୀ,ବlଜିରମ୍ ବେହେରା, ଭଗବାନ ଗୌଡ଼, ପ୍ରଫୁଲ୍ଲ କୁମାର ସାବତ, ବିରୋଜ ସାବତ,ବିଜୟ ଗୌଡ଼, ବିପ୍ର ଗୌଡ଼, ଦେବରାଜ ମହାପାତ୍ର, ବଳରାମ ମାହାନ୍ତି, ରାଜ କିଶୋର ଗୌଡ଼, ଲୋକନାଥ ପାତ୍ର, ମୃତ୍ୟୁଞ୍ଜୟ ପାତ୍ର,କବିରାଜ ଗୌଡ଼ ଯାତ୍ରାକୁ ପରିଚାଳନା କରିଥିବା ବେଳେ ହଜାର ହଜାର ମହିଳା ଓ ପୁରୁଷ ରଥ ଟାଣିଥିଲେ I ରଥ ଯାତ୍ରା ଅନୁଷ୍ଠିତ ହୋଇଥିବା ସମସ୍ତ ଗ୍ରାମରେ ହଜାର ହଜାର ଲୋକ ଭକ୍ତିର ସହ ରଥ ଟାଣିଥିଲେ I ଗ୍ରାମଗୁଡିକରେ ଜନ ସମୁଦ୍ର ସୃଷ୍ଟି ହୋଇଥିବା ବେଳେ ହରିବୋଲ, ହୁଳହୁଳି ,ଗିନି,ଝାଞ୍ଜ,ମୃଦଙ୍ଗ ଏବଂ ପାରମ୍ପରିକ ବାଦ୍ୟରେ ଗାଆଁ ଦାଣ୍ଡ ଉଛୁଳି ପଡ଼ିଥିଲା I ଗୋବରା, ଜୟନ୍ତୀଗଡ଼,ପାଇଲିପଡ଼ା ଏବଂ ବନ୍ଥପଲ୍ଲୀରେ ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ I

0
0
0
s2sdefault