ହେଡଲାଇନସ୍:

ବାଣପୁର: ରଙ୍କନାଥ ଓ ଚରଣ ଚକାଦେବଙ୍କ ରଥଯାତ୍ରା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର:(ସେକ କୌସର):ଆଜି ଚଳିତ ବର୍ଷର ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପୁରୀ ସମେତ ସମଗ୍ର ଓଡ଼ିଶାରେ ଅନୁଷ୍ଠିତ ହୋଇଥିଲା ବେଳେ ବାଣପୁରର ଆରାଧ୍ୟ ଦେବ ଶ୍ରୀଶ୍ରୀଶ୍ରୀ ରଙ୍କନାଥ ଦେବ ଏବଂ ବଡହନ୍ତୁଆଡ଼ ଠାରେ ଥିବା ଶ୍ରୀଶ୍ରୀଶ୍ରୀ ଚରଣ ଚକାଦେବଙ୍କ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପୁରୀ ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ରଙ୍କନାଥଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା। ପାରିକୁଦ ରାଜା ସନ୍ତୋଷ ସିଂ ଦେଓ ତିନି ରଥରେ ଛେଡା ପହରା କରିବା ପରେ ବିଭିନ୍ନ ବ୍ୟବସାୟୀ ମହାସଂଘ ତରଫରୁ ପ୍ରସ୍ତୁତ ଭୋଗ ପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା। ୫ଘଟିକା ସମୟରେ ରଥଟଣା ଆରମ୍ଭ କରାଯାଇ ସନ୍ଧ୍ୟା ପୂର୍ବରୁ ମାଉସୀମା ଘରେ ତିନି ରଥ ପହଞ୍ଚିଥିଲା।ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ ପ୍ରକମ୍ପିତ ହୋଇଉଠିଥିଲା। ବିଭିନ୍ନ ସଂସ୍ଥାର କର ସେବକ ମାନେ ଶ୍ରଦ୍ଧାଳୁ ମାନଙ୍କୁ ପାଣି, ଅଭଡ଼ା ତୋରାଣି ବଣ୍ଟନ କରିଥିଲେ। ଏକତା ପରିଷଦ ଟ୍ରଷ୍ଟ ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ଲଡ଼ୁ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଥିଲା।ଅନୁରୂପ ଭାବେ ଚରଣ ଚକାଦେବଙ୍କ ରଥ ସୁରୁଖୁରୁରେ ମାଉସୀମା ଘରେ ମଧ୍ୟ ପହଁଚିଛି। ଏ ସମସ୍ତ କାର୍ଯ୍ୟକ୍ରମକୁ ବାଲୁଗାଁ ଏସ୍ଡ଼ିପିଓ ସଞ୍ଜୟ ପଟ୍ଟନାୟକ ଓ ବାଣପୁର ଆଇଆଇସି ରମେଶ କୁମାର ଦେବତାଙ୍କ ତତ୍ୱାବଧାନରେ କରାଯାଇଥିବା ବେଳେ ସମସ୍ତ ପୋଲିସ ବନ୍ଧୁ ସହଯୋଗ କରିଥିଲେ।

0
0
0
s2sdefault