ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ କନ୍ଧମାଳ ଡ୍ରିମ ସେଣ୍ଟରେ ଏଜୁକେଶନାଲ ହଷ୍ଟେଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟାକ୍ରମରେ ପୂର୍ବତ୍ତନ ଘୁ.ଉଦୟଗିରି ନଗର କଂଗ୍ରେସ ସଭାପତି ଯୁବନେତା ଗଗନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ନାଗରିକ ତଥା ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ମହାପାତ୍ର ଓ ଅତିଥି ଭାବେ ଯୁବ ନେତା ରାଜେଶ କୁମାର ସାହୁ ଯୋଗ ଦେଇ ଥିଲେ l ହଷ୍ଟେଲର ସୁପାରିଟେଣ୍ଡେଣ୍ଟ ହନକ ସୁନା ଅତିଥିଙ୍କୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ କରି ଥିଲେ l ମୁଖ୍ୟବକ୍ତା ରମାକାନ୍ତ ମହାପାତ୍ର ଉତ୍ତମ ଶିକ୍ଷାର ମୂଲ୍ୟବଦ୍ଧ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ବକ୍ତବ୍ୟ ରଖି ଥିଲେ l ଯୁବ ନେତା ଗଗନ କୁମାର ପ୍ରଧାନ ନିଜ ବକ୍ତବ୍ୟରେ କହି ଥିଲେକି ଛାତ୍ରଛାତ୍ରୀ ଏହି ଦେଶର ଭବିଷ୍ୟତ ଓ ବିକଶିତ ସମାଜର ଉତ୍ତମ ଚାଳକ l ଯଦି ଛାତ୍ରଛାତ୍ରୀ ବିକଶିତ ସମାଜ ଓ ଦେଶ ଗଠନ କରିବାକୁ ଚାହୁଁ ଛନ୍ତି ତାହାହେଲେ ଶିକ୍ଷିତ ହେବା ଜରୁରୀ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ସ୍କୁଲ ବ୍ୟାଗ ବଣ୍ଟନ କାର୍ଯ୍ୟ କ୍ରମରେ ବରିଷ୍ଠ କଂଗ୍ରସ ନେତା ରମାକାନ୍ତ ମହାପାତ୍ର ପ୍ରଥମେ ବ୍ୟାଗ ବଣ୍ଟନ କରି ଥିଲେ ଓ ତାପରେ ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ବ୍ୟାଗ ବଣ୍ଟନ କରିଥିଲେ ଶେଷରେ ଯୁବ ନେତା ରାଜେଶ କୁମାର ସାହୁ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ବ୍ୟାଗ ବଣ୍ଟନ କରିଥିଲେ l ଏହି ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମରେ ହଷ୍ଟେଲ ପକ୍ଷରୁ ଏକ ଶହରୁ ଉର୍ଦ୍ଧ୍ୱ ବ୍ୟାଗ ବଣ୍ଟନ କରାଯାଇଛି ଓ ଆଗାମୀ ଦିନରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯିବ ବୋଲି ହଷ୍ଟେଲ ସୁପାରିଟେଣ୍ଡେଣ୍ଟ ହନକ ସୁନା ସୂଚନା ଦେଇଛନ୍ତି l ସୂଚନା ଥାଉକି ଏହି ହଷ୍ଟେଲ 2008 ମସିହାରୁ କନ୍ଧମାଳ ଜିଲ୍ଲାର ଗରିବ, ଦଳିତ ଆଦିବାସୀ ଅନାଥ ଶ୍ରେଣୀର ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଇ ଉତ୍ତମ ଶିକ୍ଷା ପ୍ରଦାନ କରିଆସୁଛି l ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରି ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସୁମାମ ଅର୍ଜନ କରିଥିବା ହଷ୍ଟେଲ ସୁପରିଟେଣ୍ଡେଣ୍ଟ ହନକ ସୁନା ମତବ୍ୟକ୍ତ କରିଛନ୍ତି l ଅନାଥ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଯୋଗାଇବା ପାଇଁ କନ୍ଧମାଳ ଡ୍ରିମ ସେଣ୍ଟରେ ଏଜୁକେଶନାଲ ହଷ୍ଟେଲର ପ୍ରୟାସ ପ୍ରଶଂସନୀୟ ବୋଲି ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ମହାପାତ୍ର କହିବା ସହ ଏହି ପ୍ରୟାସ ଜାରିରହୁ ବୋଲି ହଷ୍ଟେଲ ସୁପାରିଟେଣ୍ଡେଙ୍କୁ ପରାମର୍ଶ ଦେଇଛନ୍ତି l ଶେଷରେ ସୁପାରିଟେଣ୍ଡେଣ୍ଟ ହନକ ସୁନା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ l
ରାଜ୍ୟ
ବୁଲୁସୁଗା ସ୍ଥିତ କନ୍ଧମାଳ ଡ୍ରିମ ସେଣ୍ଟରେ ଏଜୁକେଶନାଲ ହଷ୍ଟେଲ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ
- Hits: 13