ହେଡଲାଇନସ୍:

ଜନ୍ମବେଦୀ ମୁହାଁ କାଳିଆ ସାଆନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) :- ମହାପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୃ ଶ୍ରୀ ଜଗନ୍ନାଥ ବଡ଼ଭାଇ ଏବଂ ସାନଭଉଣୀଙ୍କ ସହ ରଥାଋଢ଼ ହୋଇଛନ୍ତି । ନୟାଗଡ଼ ପୁରୁଣାସହରରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବା ବେଳେ ଆଜି ଭକ୍ତ ଓ ଭଗବାନ ଏକାକାର ହୋଇଛନ୍ତି । ନୀତି ଅନୁସାରେ, ଶୁକ୍ରବାର ସକାଳୁ ପୂଜାର୍ଚ୍ଚନା କରାଯାଇ ରଥଯାତ୍ରା ଆରମ୍ଭ ପର୍ବ ଆରମ୍ଭ ହୋଇଛି । ସକାଳ ୯ ଘଟିକାରେ ରଥ ପ୍ରତିଷ୍ଠା, ୧୦ଟା ୩୦ରେ ପହଣ୍ଡି ବିଜେ କରାଯାଇଛି । ରାଜା ରାମେଶ୍ୱର ପ୍ରସାଦ ସିଂ ମାନଧାତା ରଥର ଛେରା ପହଁରା କରିଥିଲେ । ଅପରାହ୍ନ ୩ଟା ୩୦ ବେଳକୁ ଛେରା ପହଁରା କରାଯାଇଥିଲା । ଅପରାହ୍ନ ୩ଟା ୩୦ରେ ରଥଟଣା ଆରମ୍ଭ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଏହା ବିଳମ୍ବିତ ହୋଇ ୪ଟା ୩୦ରେ ଅନୁଷ୍ଠିତ ହୋଇଥିଲା । ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କ ତତ୍ୱାବଧାନରେ କାର୍ଯ୍ୟ ସମାପନ ହୋଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଦେବୋତ୍ତର ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

0
0
0
s2sdefault