ହେଡଲାଇନସ୍:

ବରିଷ୍ଠ ସାମ୍ବାଦିକ କବି ଓ ଫୋଟୋ ସଂଗ୍ରାହକ ସର୍ବୈଶ୍ବର ଦାସ ସଡ଼କ ଦୁର୍ଘଟଣାରେ ଆହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାଲେଶ୍ବର : ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ କବି ବିରଳ ଫୋଟୋ ସଂଗ୍ରାହକ ସର୍ବୈଶ୍ବର ଦାସ ଆଜି ବସ୍ ଯୋଗେ ନିଜ ଗ୍ରାମ ଇଞ୍ଚୁଡିକୁ ଫେରୁଥିଲେ। ସେ ବସରୁ ଓହ୍ଲାଇ ଦୋକାନରୁ ଧୂପ କିଣିବା ପାଇଁ ସଡକ ପାରି ହେଉଥିବା ସମୟରେ ତାଙ୍କ ପଛପଟୁ ଏକ କାର ଧକ୍କା ଦେଇଥିଲା।ଫଳରେ ସେ ରାସ୍ତା କଡକୁ ଛିଟିକି ପଡ଼ିଥିଲେ।କାରଟି ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ସଦର ମହକୁମା ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଆଶୁ ଚିକିତ୍ସା ସାରିବା ପରେ ସ୍ଥାନୀୟ ଲକ୍ଷ୍ମୀକାନ୍ତ ଚିକିତ୍ସାଳୟକୁ ତାଙ୍କର ପରିବାର ବର୍ଗ ଓ ସାମ୍ବାଦିକ ଭାଇମାନେ ନେଇ ଯାଇଥିଲେ।ସେ ବର୍ତ୍ତମାନ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।ଏହି ଖବର ଶୁଣିବାପରେ ବାଲେଶ୍ୱର ଜିଲ୍ଲାର ବହୂ ସାମ୍ବାଦିକ ତାଙ୍କୁ ଭେଟି ଆସୁ ଆରୋଗ୍ୟ କାମନା କରିଛନ୍ତି।

0
0
0
s2sdefault