ହେଡଲାଇନସ୍:

ମାଟ୍ରିକ ପରୀକ୍ଷା ଫଳ ୨୦୨୬ ପ୍ରକାଶ;ବିଷ୍ଣୁ ପ୍ରସାଦ ସାହୁ ଓଡ଼ଗାଁ ବ୍ଲକ ଟପର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨।୫(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ୨୦୨୬ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରୁମବାଙ୍କତରା ଗ୍ରାମର ଜନତା ନୋଡାଲ ହାଇସ୍କୁଲର ଛାତ୍ର ବିଷ୍ଣୁ ପ୍ରସାଦ ସାହୁ ୬୦୦ ମାର୍କରୁ ୫୫୭ ନମ୍ବର ରଖି ଓଡ଼ଗାଁ ବ୍ଲକ ଟପର ହୋଇଛନ୍ତି। ସେହିପରି ଓଡ଼ଗାଁ ଏନ୍‌ଏସି ଅନ୍ତର୍ଗତ ରଘୁନାଥ ସରକାରୀ ବିଦ୍ୟାପୀଠର ଛାତ୍ର ଅଂଶୁମାନ ସାହୁ ୫୫୯ ନମ୍ବର ରଖି ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବେଳେ, ନାରାୟଣ ସାହୁ ୫୪୦ ନମ୍ବର ରଖି ‘ଏ-୧’ ଗ୍ରେଡରେ ସଫଳତା ଅର୍ଜନ କରିଛନ୍ତି। ଏଥିସହିତ ଓଡ଼ଗାଁ ପିଏମ୍‌ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଚିନ୍ମୟୀ ପଟ୍ଟନାୟକ ୫୫୯ ନମ୍ବର ରଖି ସ୍କୁଲରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ସ୍ୱୟଂପ୍ରଜ୍ଞା ମହାନ୍ତି ୫୪୦ ନମ୍ବର ସହ ‘ଏ-୧’ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାଛଡ଼ା କୁରାଳ ନୋଡାଲ ହାଇସ୍କୁଲର ଛାତ୍ର ସ୍ଥିତପ୍ରଜ୍ଞ ପାଣିଗ୍ରାହୀ ମଧ୍ୟ ୫୪୦ ନମ୍ବର ରଖି ‘ଏ-୧’ ଗ୍ରେଡରେ ସଫଳତା ଅର୍ଜନ କରିଛନ୍ତି। ସମସ୍ତ
କୃତି ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା ବେଳେ ସମସ୍ତ ମହଲରୁ ସେମାନଙ୍କ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଛି।

0
0
0
s2sdefault