କେନ୍ଦ୍ରାପଡ଼ା:୦୨/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବ୍ରାଉନ ସୁଗାର ବିରୋଧରେ ବିଶେଷ ଚଢ଼ାଉ କରାଯାଇଥିଲା। ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ ସଫଳ ହୋଇଥିଲା।
ଏହି କାର୍ଯ୍ୟରେ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ବଳଗଣ୍ଡି ବଜାର ଅଞ୍ଚଳରୁ ନିଖିଳ ଗୋଛାୟତଙ୍କ ନିକଟରୁ ୩୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ସେହିପରି ପଟ୍ଟାମୁଣ୍ଡାଇ ଟାଉନ ଥାନା ଅନ୍ତର୍ଗତ ପୋଖରୀପଡା ଓ ଦକ୍ଷିଣଡିଆ ସାହି ଅଞ୍ଚଳରୁ ରଞ୍ଜନ ବେହେରା ଓ ଆଶିଷ କୁମାର ପାତ୍ରଙ୍କୁ ଗିରଫ କରାଯାଇ ଏମାନଙ୍କ ପାଖରୁ ୮୦ ଗ୍ରାମ ବ୍ରାଉନ ସୁଗାର ସହ ଏକ ସ୍କୁଟି ଜବତ କରାଯାଇଥିଲା। ମୋଟ ୩ ଜଣଙ୍କ ପାଖରୁ ସମୁଦାୟ ୧୧୫ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ଏଗାର ଲକ୍ଷ ପନ୍ଦର ହଜାର ଟଙ୍କା ହେବ। ଗିରଫ ହୋଇଥିବା ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ଛାୟାକାନ୍ତ ନାୟକ ସହ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ଭାବେ ସାମିଲ ଥିଲେ। ବ୍ରାଉନ ସୁଗାର ରାକେଟକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିବା ସହ ଆଗାମୀ ଦିନରେ ଏପରି ଧରପକଡ଼ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ମଣ୍ଡଳ ଜଣାଇଛନ୍ତି।
ରାଜ୍ୟ
୧୧୫ ଗ୍ରାମ ବ୍ରାଉନ ସୁଗାର ଜବତ, ୦୩ ଜଣ କୋର୍ଟ ଚାଲାଣ ।
- Hits: 133








