ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୨/୫) ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଚଳିତ ହାଇସ୍କୁଲ ଦଶମ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ରଖିବା ସହିତ A1-ରେ ୪ ଜଣଙ୍କ ମଧ୍ୟରୁ ଦୀପଶିଖା ଗଡତିଆ-୫୭୩ ( ୯୫.୫ %)ମାର୍କ ରଖି ବରଗଡ଼ ଜିଲ୍ଲା ରେ ସର୍ବୋଚ୍ଚ ଅଙ୍କ ରଖି ବିଦ୍ୟାଳୟ କୁ ସାରା ଓଡ଼ିଶାରେ ଗୌରବାନ୍ଵିତ କରିଛନ୍ତି ।ସିଦ୍ଧାର୍ଥ ଶେଖର ସାହୁ-୫୫୯ ମାର୍କ (୯୩.୧୬ %),ଆଲୋକ ରଂଜନ ୫୫୭ ମାର୍କ ( ୯୨.୮୩%),ଶେପାଳୀ ପଧାନ ୫୪୦ ମାର୍କ (୯୦%) ,A2-୯ ଜଣ, B1-୨୭ ଜଣ, B2-୨୮ ଜଣ C- ୧୫ ଜଣ, D-୪ ଜଣ ଏହିପରି ଶତ ପ୍ରତିଶତ ପାସ କରିଛନ୍ତି । ଏହିସବୁ ଶ୍ରେୟ ବିଦ୍ୟାଳୟ ଅନୁଶାସନ , ସମସ୍ତ ଗୁରୁଜୀ ଗୁରୁମା ଙ୍କ କଠୋର ପରିଶ୍ରମ ରେ ମାର୍ଗଦର୍ଶନ ସହିତ ଉନ୍ନତମାନର ଶିକ୍ଷାଦାନ , କଠିନ ଅଧ୍ୟବସାୟ ସଂସ୍କାର ତଥା ଅଭିଭାବକ, ଅଭିଭାବିକା, ପରିଚାଳନା ସମିତି ର ସଭ୍ୟ ମାନଙ୍କ ର ମାର୍ଗଦର୍ଶନ ତଥା ଶିଶୁ ମାନଙ୍କ କଠୋର ପରିଶ୍ରମରେ ଶତ ପ୍ରତିଶତ ଫଳାଫଳ ରଖି ଥିବାରୁ ବିଦ୍ୟାଳୟ କୁ ବିଧାୟିକା ବର୍ଷା ସିଂ ବରିହା ଅଭିନନ୍ଦନ ଜଣାଇଛନ୍ତି।ଏହା ସହିତ ସମସ୍ତ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟୁଛି ।
ରାଜ୍ୟ
ସରସ୍ପତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଛାତ୍ରୀ ବରଗଡ଼ ଜିଲ୍ଲା ରେ ଟପର୍ |
- Hits: 560








