ହେଡଲାଇନସ୍:

ଦେଉଳିମଠ ରେ ରହିଥିବା ରଥଚକ ର ସ୍ଥାୟୀ ଗୃହ ମରାମତି ପାଇଁ ଆଇନ ମନ୍ତ୍ରୀ ଙ୍କୁ ଦାବିପତ୍ର ଦେଲା ଅସ୍ତରଙ୍ଗ ସାମ୍ବାଦିକ ସଂଘ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ : ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସମେତ ଚତୁର୍ଦ୍ଧା ବିଗ୍ରହ ଙ୍କର ଆଦ୍ଯଲୀଳା ସ୍ଥଳୀ ହେଉଛି ପବିତ୍ର ଦେଉଳିମଠ | ପ୍ରତେକ ନବକଳେବର ସମୟରେ ପରମ୍ପରା ଅନୁଯାଇ ଦଇତାପତି ସେବାୟତ ମାନେ ବନଜାଗ ଯାତ୍ରାରେ କାକଟପୁର ର ଦେଉଳିମଠ କୁ ଯାତ୍ରା ଆରମ୍ଭ କରିଥାନ୍ତି | ଦେଉଳିମଠ ରେ ପହଞ୍ଚିବା ପରେ ମା ମଙ୍ଗଳାଙ୍କୁ ସ୍ବତନ୍ତ୍ର ମାର୍ଜନା କରି ଦେଉଳିମଠ ଠାରେ ସ୍ଵପ୍ନାବତୀ ମନ୍ତ୍ର ଜପକରି ଅଧିଆ ପଡିଥାନ୍ତି | ଏହାପରେ ମା ମଙ୍ଗଳା ଦଇତାପତି ଙ୍କୁ ସ୍ଵପ୍ନାଦେଶ ମାଧ୍ୟମ ରେ ଦାରୁ ଚିହ୍ନଟ କରି ସେହି ସ୍ଥାନର ସୂଚନା ଦେଇଥାନ୍ତି | ତେଣୁ ମା ମଙ୍ଗଳା ଙ୍କ ଦେଉଳିମଠ ସହିତ ଶ୍ରୀମନ୍ଦିର ର ରହିଛି ପାରମ୍ପରିକ ସମ୍ପର୍କ | କିନ୍ତୁ ନବକଳେବର ପ୍ରକ୍ରିୟା ଆରମ୍ଭରୁ ଦେଉଳିମଠ କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ରଥଚକ ପ୍ରଦାନ କରାଯାଇ ନଥିଲା | ଦୀର୍ଘବର୍ଷ ପରେ ଅସ୍ତରଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ ଦେଉଳିମଠ କୁ ରଥଚକ ପ୍ରଦାନ କରିବା ନିମନ୍ତେ ଏକ ଦାବିପତ୍ର ତା ୨୫, ସେପ୍ଟେମ୍ବର ୧ ତାରିଖରେ ପ୍ରଦାନ କରାଯାଇଥିଲା | ଅସ୍ତରଙ୍ଗ ସାମ୍ବାଦିକ ସଂଘର ଦାବିପତ୍ର ଆଧାରରେ ଶ୍ରମନ୍ଦିର ପ୍ରଶାସନ ଅସ୍ତରଙ୍ଗ ସାମ୍ବାଦିକ ସଂଘ ଜରିଆରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥର ଏକ ଚକ ଦେଉଳିମଠ ଅକ୍ଟୋବର ୨୭,୨୦୨୫ ରିଖରେ ପ୍ରଦାନ କରିଥିଲେ | ଏହି ରଥଚକ କୁ ଅସ୍ତରଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ସହକାରେ ଶ୍ରୀକ୍ଷେତ୍ରରୁ ଦେଉଳିମଠ କୁ ଅଣାଯାଇ ଥିଲା | ଏହି ରଥଚକ ଟିକୁ ଦେଉଳିମଠ ର ଅସ୍ଥାଇ ବାରଣ୍ଡାରେ ରଖାଯାଇ ଅଛି | ଦେଉଳିମଠ ଠାରେ ରଥଚକ ରହିବା ପାଇଁ ଏକ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ଏହାର ମରାମତି କାର୍ଯ ଅଧାପନ୍ତରିଆ ଭାବରେ ପଡି ରହିଥିବା ଯୋଗୁଁ ଏହି ଗୃହରେ ରଥଚକ ରଖାଯାଇ ପାରୁନାହିଁ । ରାଜ୍ୟସରକାର ଙ୍କର ଆଇନି ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କାକଟପୁର ଗ୍ରସ୍ତକରି ଦେଉଳିମଠ ଠାରେ ଏକ ସରକାରୀ କାର୍ଯ୍ୟ କ୍ରମରେ ଆସିଥିବା ବେଳେ ଅସ୍ତରଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଆଇନି ମନ୍ତ୍ରୀ ଙ୍କୁ ଭେଟି ଅଧାପନ୍ତରିଆ ଭାବରେ ରହିଥିବା ଗୃହକୁ ମରାମତି କରାଯାଇ ତାହାକୁ ପୂର୍ଣ ଭାବରେ ନିର୍ମାଣ କରାଇବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ଦାବିପତ୍ର ଗ୍ରହଣ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଏଥିପାଇଁ ଖୁବଶୀଘ୍ର ରାଜ୍ୟ ସରକାର ଙ୍କ ପକ୍ଷରୁ ଆର୍ଥିକ ବ୍ୟବସ୍ଥା ଯୋଗାଇ ଦିଆଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି | ଏହି ଦାବିପତ୍ର ପ୍ରଦାନ ସମୟରେ ଅସ୍ତରଙ୍ଗ ସାମ୍ବାଦିକ ସଂଘର ପରାମର୍ଶଦାତା ନିରଞ୍ଜନ ଦାସ ,ଦୁଃଶାସନ ନାୟକ ,ପ୍ରଶାନ୍ତ କୁମାର ବାରିକ ,ପ୍ରସାର ଖୁଣ୍ଟିଆ ,କାର୍ଯ୍ୟକାରୀ ସଭାପତି ଅର୍ଯ୍ୟ ବିଶ୍ବାଳ ,ସମ୍ପାଦକ ଲୋକନାଥ ସ୍ବାଇଁ ,କୋଷାଧକ୍ଷ ସମୀର କୁମାର କର ,ସମୀର ବେଉରା ,ସାଂସ୍କୃତିକ ସମ୍ପାଦକ ମନୋଜ କୁମାର ବିଶ୍ବାଳ ,ପ୍ରମୁଖ ଉପସ୍ଥିତ ରହିଥିଲେ |

0
0
0
s2sdefault