ବେଲଗୁଣ୍ଠା, ୧୬/୦୪-(ଶିବରାମ ଚୌଧୁରୀ )),ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ତୃତୀୟ ବର୍ଷର ଛାତ୍ରୀ କାଜଲ୍ ସ୍ଵାଇଁ ଓଡ଼ିଆ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଓଡ଼ିଆ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି I ରାଜ୍ୟ ସ୍ତରୀୟ ଓଡ଼ିଆ ପକ୍ଷ ପାଳନ କାର୍ଯ୍ୟକ୍ରମର ଅନ୍ତିମ ଦିନ ଭୁବନେଶ୍ୱର ସ୍ଥିତ ଓ.ୟୁ. ଏ.ଟି ର ସମ୍ମିଳନୀ କକ୍ଷରେ ପାଳିତ ଉତ୍ସବରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ମାନପତ୍ର, ଟ୍ରଫି ଏବଂ ପାଞ୍ଚ ହଜାର ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଛନ୍ତି କୃତି ଛାତ୍ରୀ କାଜଲ୍ I ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ୍ ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ,ଉପମୁଖ୍ୟ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ଜଣେ ଗ୍ରାମାଞ୍ଚଳର ଛାତ୍ରୀ ପୁରସ୍କୃତ ହେବା ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଆଣି ଦେଇଚି ବୋଲି ଅନୁଷ୍ଠାନ ଅଧ୍ୟକ୍ଷ ଡ.ଗିରିଧର ନାୟକ ପ୍ରକାଶ କରିଛନ୍ତି I ଅନୁଷ୍ଠାନ ଅଧ୍ୟକ୍ଷ ଡା ଗିରିଧର ନାୟକ ଛାତ୍ରୀ କାଜଲ୍ କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି I
ରାଜ୍ୟ
ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଛାତ୍ରୀ ପୁରସ୍କୃତ
- Hits: 55








