ହେଡଲାଇନସ୍:

ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଏବିପିଏସ୍‌ ଛାତ୍ରଛାତ୍ରୀଙ୍କ କୃତିତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

. ଶୁଭଶ୍ରୀ ଦାସ ୯୯.୪% ଅଙ୍କ ରଖି ଜିଲ୍ଲାରେ ଟପ୍ପର

ରାୟଗଡା, ୧୬/୪: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ଦ୍ୱାରା ପରିଚାଳିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍ (ଏବିପିଏସ୍‌), ରାୟଗଡା, ସିବିଏସଇ ଦ୍ଵାରା ଅନୁଷ୍ଠିତ ଦଶମ ବୋର୍ଡ ପରୀକ୍ଷା ୨୦୨୬ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ତଥା ଉତ୍କୃଷ୍ଟ ଶୈକ୍ଷିକ ବାତାବରଣ ପ୍ରଦାନ କରିଥିବାରୁ ବିଦ୍ୟାଳୟର ଶିକ୍ଷାର୍ଥୀ ଦଶମ ପରୀକ୍ଷାରେ ଉତ୍କୃଷ୍ଟ କୃତିତ୍ୱ ଅର୍ଜନ କରିଛନ୍ତି।

ଏବିପିଏସ ପକ୍ଷରୁ ଗତ ଦଶମ ସିବିଏସଇ ବୋର୍ଡ ପରୀକ୍ଷାରେ ମୋଟ ୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଶତ ପ୍ରତିଶତ ବିଦ୍ୟାର୍ଥୀ ଦଶମ ପରୀକ୍ଷାରେ ଭଲ ଅଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୧୪ ଜଣ ଶିକ୍ଷାର୍ଥୀ ୯୦% ଠାରୁ ଅଧିକ ଅଙ୍କ ଅର୍ଜନ କରିଛନ୍ତି। ଯାହା ସ୍କୁଲର ଉତ୍କୃଷ୍ଟ ଶିକ୍ଷାଗତ ପରିବେଶ ଦର୍ଶାଉଥିବା ବେଳେ ବିଦ୍ୟାଳୟ ତଥା ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଅଙ୍କ ରଖି ଟପ୍ପର ହୋଇଛନ୍ତି କୁମାରୀ ସୁଭାଶ୍ରୀ ଦାଶ । ସେ ୯୯.୪% ଅଙ୍କ ହାସଲ କରି ସ୍କୁଲ ପାଇଁ ଗୌରବ ଆଣିଛନ୍ତି।

ଅନ୍ୟ ୧୪ ଜଣ ଛାତ୍ରଛାତ୍ରୀ ଡିଷ୍ଟିଙ୍କସନ୍ ଅର୍ଜନ କରିଥିବା ବେଳେ, ଏଥିମଧ୍ୟରୁ ୧୦ ଜଣ ପ୍ରଥମ ଶ୍ରେଣୀ ଏବଂ ୧ ଜଣ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସମତୁଳିତ ଓ ନିରନ୍ତର ଶିକ୍ଷାଗତ ସଫଳତାକୁ ପ୍ରତିଫଳିତ କରିଛନ୍ତି।

ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ଶ୍ରୀ ରବି ନାରାୟଣ ମିଶ୍ର ଓ ମାନବ ସମ୍ବଳ ପ୍ରମୁଖ ଶ୍ରୀ ନାରାୟଣ ମିତ୍ରା, ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକଙ୍କ ଅକ୍ଲାନ୍ତ ପରିଶ୍ରମ, ନିଷ୍ଠାପୂର୍ଣ୍ଣ ପରାମର୍ଶ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସେମାନଙ୍କ ଅଟଳ ପ୍ରୟାସ ପ୍ରତି ହୃଦୟଙ୍ଗମ କୃତଜ୍ଞତା ଜଣାଇଛନ୍ତି।

ବିଦ୍ୟାଳୟ ପ୍ରିନ୍ସିପାଲ ଶ୍ରୀ ଅନିରୁଦ୍ଧ ତିୱାରୀ ଛାତ୍ରଛାତ୍ରୀ ଓ ଅଭିଭବକଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ସଫଳତାରେ ଅଭିଭାବକମାନଙ୍କ ଅବିରତ ସମର୍ଥନ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଅବିରତ ପ୍ରୟାସକୁ ଧନ୍ୟବାଦ ଜଣାଇଛନ୍ତି ।

ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲ୍, ରାୟଗଡା ନିୟମିତ ଶୈକ୍ଷିକ ବାତାବରଣ, ଓ ବିଦ୍ୟାର୍ଥୀଙ୍କ ସର୍ବାଙ୍ଗୀନ ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ କୌଶଳ ବିକାଶ ଦିଗରେ ସବୁବେଳେ ପ୍ରୋତ୍ସାହିତ କରି ଉତ୍କର୍ଷତା ହାସଲ କରିଥିବା ସ୍ଥଳେ ବିଦ୍ୟାଳୟ ନିଜ ପ୍ରତିବଦ୍ଧତାକୁ ପୁନଃ ଅବସ୍ଥାପିତ କରିବାରେ ସଫଳ ହୋଇଛି। ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୟ କୃତିତ୍ୱଥିବା ପାଇଁ ଅଭିଭାବକ ମଣ୍ଡଳୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇିବାବେଳେ ଶିକ୍ଷକ ଓ ଶିକଷୟିତ୍ରୀମାନେ ଖୁସୀ ବ୍ୟକ୍ତ କରିଛନ୍ତି।

0
0
0
s2sdefault