କେନ୍ଦୁଝର,ତା୧୬/୪- କାଲି ବହୁ ପ୍ରତିକ୍ଷୀତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି ଏଥିରେ କେନ୍ଦୁଝର ଛାତ୍ରଛାତ୍ରୀ ମାନେ ଖୁବ ଭଲ ରେଜଲ୍ଟ କରିଛନ୍ତି । କେନ୍ଦୁଝର ସହରରେ ଅନେକ ସ୍କୁଲରେ ସିବିଏସଇ ପାଠ୍ୟକ୍ରମରେ ଏମାନେ ପରୀକ୍ଷା ଦେଇଥିଲେ। ତେବେ ସ୍ଥାନୀୟ ଜାଭିୟର ସ୍କୁଲ ଛାତ୍ର ସୂର୍ୟାଂଶ ସାହୁ ୯୯.୨% ନମ୍ବର ରଖି ଜିଲ୍ଲାରେ ଟପର ହୋଇଛନ୍ତି। କଠିନ ପରିଶ୍ରମ କରି ସେ ଏହି ସଫଳତା ପାଇଥିବାରୁ କେନ୍ଦୁଝର ସହରରେ ଆନନ୍ଦ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ କି ଶ୍ରୀମାନ ସାହୁ କେନ୍ଦୁଝର ସହର ବୃନ୍ଦାବନ ବିହାରରେ ରହୁଥିବା ସୁମନ୍ତ କୁମାର ସାହୁ ଓ ଶୁଚିସ୍ମିତା ସାହୁଙ୍କ ସୁପୁତ୍ର ଅଟନ୍ତି। ଏହି ସଫଳତା ନେଇ ତାଙ୍କ ପରିବାର ସମେତ କଲୋନୀବାସୀ ସମସ୍ତେ ଖୁସି ହୋଇଛନ୍ତି। କେନ୍ଦୁଝର ନାଗରିକ ମଞ୍ଚ ତରଫରୁ ଦିଲୀପ କୁମାର ସାହୁ ସୂର୍ଯ୍ୟାଂଶଙ୍କୁ ଆର୍ଶୀବାଦ ଦେବା ସହ ତା'ର ଭବିଷ୍ୟତ ଅତି ଉଜ୍ଜ୍ୱଳ ବୋଲି କହିଛନ୍ତି। ଆଜିଠାରୁ ପୁଣି ନୂଆ ମନେ କରି ପାଠ ପଢା ଜାରି ରଖି ଭବିଷ୍ୟତରେ ଡାକ୍ତର ହେବେ ବୋଲି ସୂର୍ଯ୍ୟାଂଶ ମତ ଦେଇଛନ୍ତି।
ରାଜ୍ୟ
ସୂର୍ଯ୍ୟାଂଶ ସାହୁ ସିବିଏସଇ ଦଶମ ପରୀକ୍ଷାରେ ୯୯.୨% ନମ୍ବର ରଖି ଜିଲ୍ଲାରେ ଟପର୍।
- Hits: 123








