ଘୁ. ଉଦୟଗିରି(ଅବନୀ କୁମାର ପ୍ରଧାନ) ସ୍ଥାନୀୟ ବ୍ୟବସାୟ ସଂଘ ସଭାଗୃହ ଠାରେ ବରିଷ୍ଠ ସାମ୍ବାଦିକ ସମୀର କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି | ବୈଠକରେ ଉପସ୍ଥିତ ସଭ୍ୟଙ୍କ ନିଷ୍ପତି ଅନୁସାରେ ମିଡ଼ିଆ କ୍ଲବ ଜି.ଉଦୟଗିରି ନାମରେ ଏକ ମିଡ଼ିଆ କ୍ଲବ ଗଠନ ହୋଇଛି I ବରିଷ୍ଠ ସାମ୍ବାଦିଜ ଶିଶିର ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ କ୍ଲବର ଆଗାମୀ କାର୍ଯ୍ୟ ପନ୍ଥା ସ୍ଥିର କରାଯାଇଛି l ତତ ସହିତ ମିଡ଼ିଆ କ୍ଲବ ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ମିଡ଼ିଆ କ୍ଲବର ନୂତନ ସଭାପତି ଭାବେ ଅରୁଣ କୁମାର ଷଢ଼ଙ୍ଗୀ, ଉପ-ସଭାପତି ଭାବେ ଗଗନ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ଚିନ୍ମୟ କୁମାର ସେଠି, ସହ-ସମ୍ପାଦକ ଅବନୀ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଆଶୁତୋଷ ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି I ଏହି କର୍ମକର୍ତ୍ତା ଚୟନ ପ୍ରକ୍ରିୟାକୁ ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ପରିଚାଳନା କରିଥିଲେ | କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସାମନ୍ତ ଶେଖର ନାୟକ, ବିନୋଦ ଚନ୍ଦ୍ର ପଣ୍ଡା, ହେମନ୍ତ କୁମାର ପଣ୍ଡା, ଦେବେନ୍ଦ୍ର ନାୟକ, ଅସୀମ କୁମାର ସେଠୀଙ୍କୁ ମନୋନୀତ କରାଯାଇଥିଲା l ସଭାପତି ଅରୁଣ କୁମାର ଷଡ଼ଙ୍ଗୀ ନୂତନ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣେଇ ଥିଲେ। ଏବଂ ଉପସ୍ଥିତ ସଭ୍ୟଙ୍କୁ ଆଶୁତୋଷ ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ I
ରାଜ୍ୟ
ମିଡ଼ିଆ କ୍ଲବ ଗଠନ: ନୂତନ କର୍ମକର୍ତ୍ତା ଚୟନ..
- Hits: 17








