ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଗୁରୁବାର) ଗଜପତି ଜିଲ୍ଲା ପରିଷଦ ୫୪ତମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଗବାରା ତିରୁପତି ରାଓଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ପ୍ରତ୍ୟେକ ତତ୍ତ୍ବାବଧାନରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ କୁନ୍ତଳା ମଲ୍ଲିକ , ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ , ବ୍ରହ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ନବ କିଶୋର ଶବର , ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଦୟାମୟ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟା , ବ୍ଲକ୍ ଅଧ୍ୟକ୍ଷ/ଅଧ୍ୟକ୍ଷା , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ସ୍ବାଗତ ଭାଷଣ ପୂର୍ବକ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଦୟାମୟ ପାଢ଼ୀ ସମସ୍ତ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ସ୍ବାଗତ ଜଣାଇ ଥିଲେ। ମଞ୍ଚାସିନ ସମସ୍ତ ଅତିଥି କହିଥିଲେ ଯେ ଗଜପତି ଜିଲ୍ଲାର ଯେଉଁ ଲକ୍ଷ୍ୟ ରହିଛି ତାହା ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି ଏବଂ ଆଗକୁ ମଧ୍ୟ ସଫଳତାର ସହିତ କାର୍ଯ୍ୟକାରୀ ଚାଲୁରହିବ ବୋଲି କହିଥିଲେ।
ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବିଭାଗ ତଥା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ , ରାସ୍ତା ଓ କୋଠାବାଡ଼ି , କୃଷି ଓ କୃଷକ ସଶକ୍ତି କରଣ , ଶିକ୍ଷା , ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ , ବେସାମରିକ ଯୋଗାଣ ଓ ଖାଦ୍ୟ ପ୍ରକ୍ରିୟା କରଣ , ଜଳ ସେଚନ ପ୍ରକଳ୍ପ , ମେଗା ଜଳସେଚନ , କ୍ଷୁଦ୍ର ଜଳସେଚନ , ଛେଲିଗଡ ପ୍ରକଳ୍ପ , ଉଦ୍ୟାନ , ଜଳ ଛାୟା , ପଶୁ ସମ୍ପଦ , ମତ୍ସ୍ୟ ବିଭାଗ , ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା , ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଏବଂ ବିପଣନ ସଂସ୍ଥା (ORMAS) , ଓଡ଼ିଶା ଜୀବିକା ମିଶନ , ମିଶନ ଶକ୍ତି , ସମାଜ କଲ୍ୟାଣ ଓ ଶିଶୁ କଲ୍ୟାଣ ବିକାଶ , ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା , ଜଙ୍ଗଲ ଓ ପରିବେଶ,ଶ୍ରମ ଓ ନିଯୁକ୍ତି,ଅବକାରୀ, ପରିବହନ, ବିଦ୍ୟୁତ , ଗ୍ରାମ୍ୟ ସାମାଜିକ ନିରାପତ୍ତା , କ୍ଷୁଦ୍ର ଉଦ୍ୟୋଗ ପ୍ରକ୍ରିୟା କରଣ , ପାନୀୟ ଜଳ ଓ ପରିମଳ ପ୍ରଭୃତି ବିଷୟକୁ ନେଇ ସମସ୍ତ ଜିଲ୍ଲାପରିଷଦ ସଭ୍ୟସଭ୍ୟା , ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ଓ ଜିଲ୍ଳାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନପୁଙ୍ଖ ଆଲୋଚନା ହୋଇଥିଲା। ଜିଲ୍ଲାରେ ଚାଲଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗୁଡ଼ିକୁ ତ୍ୱରାନ୍ୱିତ କରାଯିବା ଓ ଅସମ୍ପୂର୍ଣ୍ଣ ପ୍ରକଳ୍ପ ଗୁଡ଼ିକୁ ଯଥା ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ପାଇଁ ଜିଲ୍ଲା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଗଲା।
ଏହି ବୈଠକରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଗଜପତି ଜିଲ୍ଲା ପରିଷଦର ୫୪ତମ ବୈଠକ ଅନୁଷ୍ଠିତ
- Hits: 26








