ହେଡଲାଇନସ୍:

ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ଆଦିତ୍ୟ ଆଲୁମିନିୟମ ଏହାର ସିଏସ୍‌ଆର ପ୍ରୟାସ ‘ପ୍ରୋଜେକ୍ଟ ଆରୋଗ୍ୟ’ ଜରିଆରେ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଲପଙ୍ଗାରେ ଗ୍ରାମୀଣ ସ୍ୱାସ୍ଥ୍ୟଯନôକୁ ସୁଦୃଢ କରୁଛି । ଏହି ପ୍ରକଳ୍ପ ଏହାର ଗୋଷ୍ଠୀ ଦାତବ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ‘ଫାଷ୍ଟ ଏଡ୍‌ ସେଣ୍ଟର’, ରେଙ୍ଗାଳିରେ ‘ଭିଜନ ସେଣ୍ଟର’ ଏବଂ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ ‘ସ୍ୱାସ୍ଥ୍ୟ ବାହିନୀ’ ଜରିଆରେ ମାଗଣା ପରାମର୍ଶ, ଔଷଧ, ରୋଗ ନିପରୂଣକାରୀ ପରୀକ୍ଷା ଏବଂ ଜରୁରୀ ଯନô ଆଦି ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟଯନô ସେବା ନିକଟବର୍ତ୍ତୀ ଜନସାଧାରଣଙ୍କୁ ଯୋଗାଇ ଦେଉଛି ।
ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ହିଣ୍ଡାଲ୍‌କୋର ମାଇନିଂ ବିଜିନେସ୍‌ ହେଡ ଏବଂ ସମ୍ବଲପୁର କ୍ଲଷ୍ଟର ହେଡ ଶ୍ରୀ କୈଳାସ ପାଣ୍ଡେ କହିଥିଲେ, “ଆମର ବିଶ୍ୱାସ ଯେ ସ୍ୱାସ୍ଥ୍ୟଯନô ହେଉଛି ଏକ ମୋ÷ଳିକ ବିଷୟ । ସବୁଠାରୁ ଦୁର୍ଗମ ପରିବାରଗୁଡିକ ନିକଟରେ ସମୟୋଚିତ ଭାବରେ ଏବଂ ସୁଲଭ୍ୟ ସ୍ୱାସ୍ଥ୍ୟଯନô ଯେଭଳି ପହଞ୍ଚିବ ତାହା ସୁନିଶ୍ଚିତ କରିବାକୁ ପ୍ରୋଜେକ୍ଟ ଆରୋଗ୍ୟ ହେଉଛି ଆମର ପ୍ରତିବଦ୍ଧତା । ଆମେ ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ଜନସମୁଦାୟଙ୍କ କଲ୍ୟାଣକୁ ସମର୍ଥନ କରିବା ନେଇ ଗର୍ବିତ ଅନୁଭବ କରୁଛୁ ।
ଲପଙ୍ଗାରେ ରାଜ୍ୟ ରାଜପଥ-୧୦ ନିକଟରେ ଅବସ୍ଥିତ ଆଦିତ୍ୟ କମୁ୍ୟନିଟି ଡିସ୍‌ପେନସାରୀ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ୯୮୦ରୁ ଅଧିକ ଲୋକ ଉପକୃତ ହୋଇସାରିଛନ୍ତି ଏବଂ ନିକଟବର୍ତ୍ତୀ ବୋମାଲୋଇ ଓ ଘାଚିମୁରା ଆଦି ପଞ୍ଚାୟତର ୪୫-୫୦ଟି ଗ୍ରାମର ଜନସାଧାରଣ ପ୍ରତିଦିନ ଏଠାକୁ ଆସୁଛନ୍ତି । ଏହା ଶ୍ୱାସନଳୀ ସଂକ୍ରମଣ, ତରଳ ଝାଡା, ହାଇପର ଏସିଡିଟି ଏବଂ ଚର୍ମ ରୋଗ ଭଳି ସାଧାରଣ ରୋଗଗୁଡିକର ଚିକିତ୍ସା ଯୋଗାଇ ଦେଉଛି ଏବଂ ଏଠାରେ ଏମ୍‌ବିବିଏସ୍‌ ଡାକ୍ତର, ଜଣେ ଫାର୍ମାସିଷ୍ଟ ଏବଂ ସହାୟକ କର୍ମଚାରୀ ଉପସ୍ଥିତ ରହି ରୋଗୀଙ୍କର ସେବା କରୁଛନ୍ତି ।
ନିରନ୍ତର ପ୍ରୟାସ ଭାବରେ ଟ୍ରକ ଚାଳକ ଓ ହେଲ୍‌ପର ସମୁଦାୟଙ୍କ ନିମନ୍ତେ ପ୍ରତି ମାସରେ ଦୁଇଟି ସ୍ୱତନ୍ତ୍ର ଚକ୍ଷୁ ପରୀକ୍ଷା ଶିବିର ଆେୟୋଜନ କରାଯାଉଛି, ଯେଉଁଥିରେ ନିରାପଦ ଗାଡିଚାଳନାକୁ ପ୍ରଭାବିତ କରିବା ଆଶଙ୍କା ରହୁଥିବା ଦୃଷ୍ଟିଗତ ସମସ୍ୟାଗୁଡିକର ପ୍ରାଥମିକ ଅବସ୍ଥାରେ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ଶିବିରଗୁଡିକରେ ପୂର୍ଣ୍ଣାଙ୍ଗ ଚକ୍ଷୁ ପରୀକ୍ଷା, ପରାମର୍ଶ ଏବଂ ସମସ୍ୟା ସୁଧାରିବା ଅଥବା ଚିକିତ୍ସା ନିମନ୍ତେ ରୋଗୀଙ୍କୁ ଅନ୍ୟତ୍ର ପ୍ରେରଣ କରିବା ଭଳି ସେବା ଯୋଗାଇ ଦିଆଯାଉଛି ଏବଂ ଏହାଦ୍ୱାରା ଚକ୍ଷୁ ସ୍ୱାସ୍ଥ୍ୟରେ ଉନ୍ନତି ଅଣାଯିବା ସହିତ ପରିବର୍ଦ୍ଧିତ ସଡ଼କ ସୁରକ୍ଷା ପ୍ରତି ଅବଦାନ ରଖାଯାଉଛି ।
ରେଙ୍ଗାଳିରେ ଭିଜନ କେୟାର ସେଣ୍ଟର ୨୦୨୩ରେ ତ୍ରିଲୋଚନ ନେତ୍ରାଳୟ- ଭିଜନ ଇଣ୍ଡିଆ ଫାଉଣ୍ଡେସନ ସହଭାଗୀତାରେ ସ୍ଥାପନ କରାଯାଇଥିଲା, ଯେଉଁଠାରେ ଗତବର୍ଷ ୨୧୫୭ ଜଣ ରୋଗୀଙ୍କର ଚିକିତ୍ସା କରାଯାଇସାରିଛି ଏବଂ ଏହା ସ୍ଥାପନ ହେବା ଦିନଠାରୁ ୨୨୮୦ଟି ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିସାରିଛି ।
ଏତଦ୍‌ବ୍ୟତୀତ, ସ୍ୱାସ୍ଥ୍ୟ ବାହିନୀ (ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ) ଜରିଆରେ ଆମେ ଛଅଟି ଗ୍ରାମ ପଞ୍ଚାୟତରେ ଯୋଗ୍ୟତାସମ୍ପନ୍ନ ଚିକିତ୍ସାକାରୀ ଦଳ, ମୋ÷ଳିକ ରୋଗ ଚିହ୍ନଟକାରୀ ପରୀକ୍ଷା, ପ୍ରତିଷେଧମୂଳକ ଯନô ଏବଂ ପରିସ୍ଥିତି ଜଟିଳ ହେବାରୁ ରୋକିବା ନିମନ୍ତେ ପ୍ରାଥମିକ ଅବସ୍ଥାରୁ ଚିକିତ୍ସାଗତ ପଦକ୍ଷେପ ଆଦି ଜରିଆରେ ଦୁର୍ଗମ ଗ୍ରାମଗୁଡିକରେ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚିବା ସମେତ ମାଗଣା ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛୁ, ବୋଲି ଶ୍ରୀ ପାଣ୍ଡେ କହିଥିଲେ ।
ଏହି ପ୍ରୟାସକୁ ସମ୍ବଲପୁର ସିଡିଏମ୍‌ଓ ବିପୁଳ ପ୍ରଶଂସା କରିଛନ୍ତି ଏବଂ ସେ କହିଛନ୍ତି ଯେ, “ଏହା ଏକ କମ୍‌ ଖର୍ଚ୍ଚ ବିଶିଷ୍ଟ ଏବଂ ଜନସାଧାରଣଙ୍କ ଦ୍ୱାରଦେଶରେ ପାରଦର୍ଶୀ ସ୍ୱାସ୍ଥ୍ୟଯନô ମଡେଲ ହୋଇଛି ।”
ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ବିପୁଳ ସକାରାତ୍ମକ ମତ ପ୍ରକାଶ କରିଛନ୍ତି । ଜଣେ ୬୮ ବର୍ଷ ବୟସ୍କା ହିତାଧିକାରୀ ରୁକ୍ମିଣୀ ଦେବୀ କହିଥିଲେ, “ପୂର୍ବରୁ ସହାୟତା ପାଇଁ ମୋତେ ଦିନ ଦିନ ଅପେକ୍ଷା କରିବାକୁ ପଡୁଥିଲା । ଏବେ ମୋ ଘର ପାଖରେ ମାଗଣାରେ ମୁଁ ଚିକିତ୍ସା ଏବଂ ଔଷଧ ପାଇପାରୁଛି ।”
ପ୍ରୋଜେକ୍ଟ ଆୟୁଷ ଅଧୀନରେ ଆରୋଗ୍ୟ ଲାଭ କରିଥିବା ପ୍ରତ୍ୟେକ ରୋଗୀ ଏବଂ ଜୀବନରେ ଉନ୍ନତି ଆସିଥିବା ପ୍ରତ୍ୟେକ ବ୍ୟକ୍ତି, ଯନô ଓ ସହାନୁଭୂତିଶୀଳତାର ସହିତ ବାସ୍ତବ ପ୍ରଗତି ଆରମ୍ଭ ହୋଇଥାଏ ବୋଲି ଆଦିତ୍ୟ ଆଲୁମିନିୟମ ରଖିଥିବା ବିଶ୍ୱାସର ଜଣେ ଜଣେ ନିଦର୍ଶନ ଅଟନ୍ତି ।

ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜ ପ୍ରତି ପ୍ରତିଦାନ ରଖିବାକୁ ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ୧୨୮ଟି ଗ୍ରାମରେ ୨ ଲକ୍ଷରୁ ଅଧିକ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍‌ର ସିଏସଆର୍‌ କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର୍‌ କମୁ୍ୟନିଟି ଇନିସିଏଟିଭ୍‌ସ୍‌ ଆଣ୍ଡ ରୁରାଲ ଡେଭେଲପମେଣ୍ଟ ଅଧୀନରେ କାର୍ଯ୍ୟକାରୀ କରାଯାଉଛି । ଗ୍ରୁପ୍‌ର ଲକ୍ଷ୍ୟ ହେଉଛି ଏହା ନିଜର ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳର ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରତି ସକ୍ରିୟ ଅବଦାନ ରଖିବା । ଏଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ପାଇଁ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନ ଧାରଣ ପନ୍ଥା ନିର୍ମାଣ କରିବା ଏବଂ ରାଷ୍ଟ୍ରର ମାନବ ସମ୍ବଳ ସୂଚୀରେ ବୃଦ୍ଧି ଘଟାଇବା । ଗ୍ରୁପ୍‌ର ସିଏସଆର୍‌ ଦୂରଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ନିମନ୍ତେ ୟୁଏନ୍‌ଏସ୍‌ଡିଜି ଲକ୍ଷ୍ୟସମୂହ ମୁତାବକ ହୋଇଛି ।

0
0
0
s2sdefault