ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ମିନି ଷ୍ଟାଡିୟମ ଠାରେ ସୁନୀଲ ମେମୋରିଆଲ ଚାରିଟେବୁଲ ଫାଉଣ୍ଡେସନ, ଭୁବନେଶ୍ବର ପକ୍ଷରୁ ଶିକ୍ଷକ ନେତା ତଥା ସାମ୍ବାଦିକ ଙ୍କ ପିତାମହ ତଥା କ୍ରୀଡ଼ା ପ୍ରେମୀ ସ୍ଵର୍ଗତ. ସୁନୀଲ କୁମାର ଦାଶ ଙ୍କ ସ୍ମୃତି ରେ ଫାଉଣ୍ଡେସନ ର ନିର୍ଦ୍ଦେଶକ ଶ୍ରୀ ଶକ୍ତି ଦାଶ ଙ୍କ ତତ୍ତ୍ଵାବଧାନରେ ଅୟୋଜିତ ହୋଇଥିବା ଡ୍ୟୁଜ୍ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହା ଗତ ୬ ତାରିଖ ଠାରୁ ଆରମ୍ଭ ହୋଇ ଆଜି ଅର୍ଥାତ୍ ୧୮ ତାରିଖ ରେ ସମାପ୍ତ ହୋଇଛି। ଆଜିର
ଏହି ଶେଷ ଦିନ ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଲା ବିଜେପି ସଭାପତି ଶ୍ରୀ ଗୋପି ଆନନ୍ଦ ଓ ସମ୍ମାନିତ ଅତିଥି ଭାବେ ଜି.ଆଇ.ଇ.ଟି ବିଶ୍ଵବିଦ୍ୟାଳୟ ର ଉପ ସଭାପତି ଡ. ଚନ୍ଦ୍ରଧ୍ଵଜ ପଣ୍ଡା, ସମାଜ ସେବୀ ରାଜେଶ କୁମାର ପାଢ଼ୀ ଓ ଉମା ଶଙ୍କର ଦାଶ, କଳିଙ୍ଗ ସାମ୍ବାଦିକ ସଙ୍ଘ ର ଉପ ସଭାପତି ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ସମ୍ପାଦକ ହରିହର ଶତପଥୀ, ସଦସ୍ୟ ରଞ୍ଜିତ କୁମାର ପାଢ଼ୀ ଓରଫ୍ ଟୁଟୁ ପାଢୀ ଏବଂ ସନ୍ତୋଷ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ଫାଇନାଲ ମ୍ୟାଚ୍ ଟି ଗଜପତି ଓ ରାୟଗଡା ମଧ୍ୟ ରେ ହୋଇଥିଲା ।ଏଥିରେ ପ୍ରଥମେ ରାୟଗଡା ଟଚ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ସମୁଦାୟ ୨୫ ଓଭର ଖେଳି ସମ୍ପୂର୍ଣ୍ଣ ୱିକେଟ ହରାଇ ୧୨୦ ରନ୍ କରିଥିବା ବେଳେ ଗଜପତି ଦ୍ଵିତୀୟ ପର୍ଯ୍ୟାୟ ରେ ୧୭ ଓଭର ୨ଟି ବଲ ଖେଳି ୬ ୱିକେଟ ରେ ବିଜୟୀ ହୋଇଛି। ଶେଷରେ ଅତିଥି ମାନଙ୍କ ଦ୍ଵାରା ବିଜେତା ଓ କୃତୀ ପ୍ରତିଯୋଗୀ ଭାବେ ମ୍ୟାନ୍ ଅଫ ଦି ସିରିଜ୍ ଅଂଶୁମାନ ପଟ୍ଟନାୟକ, ବେଷ୍ଟ ବ୍ୟାଟ୍ସମ୍ୟାନ ରାୟଗଡ଼ ର ମଧୁ, ବେଷ୍ଟ ବୋଲର୍ ପାରଳାଖେମୁଣ୍ଡି ର ସୁନିତ ବେହେରା ଓ ଆଜିର ମ୍ୟାନ୍ ଅଫ ଦି ମ୍ୟାଚ୍ କେ ଚନ୍ଦୁ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମୁହ କାର୍ଯ୍ୟକୁ ରାମେଶ୍ଵର କ୍ରିକେଟ କ୍ଲବ ର ସଦସ୍ୟ ବୃନ୍ଦ ସୂଚାରୁ ରୂପେ ସମ୍ପାଦନ କରିଥିଲେ।