ହେଡଲାଇନସ୍:

୧୧୦ କେଜିରୁ ଅଧିକ ଗଞ୍ଜେଇ ସହ ଛଅ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାଙ୍ଗିରିପୋଷି ,( ଶାସକ ପ୍ରଶାସକ ) : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରସୁଣି ଘାଟିରେ ବାଙ୍ଗିରିପୋଷି ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଙ୍କ ତତ୍ତ୍ଵାବଧାନରେ ପୋଲିସ ଓ ଏସ ପି ଙ୍କ ସ୍ଵତନ୍ତ୍ର ଟିମ କୌଣସି ସୁତ୍ରରୁ ଖବରପାଇ ଜଗି ବସିଥିଲେ ଦୂଆରସୁଣି ଘାଟିରେ । କିଛି ସମୟ ବ୍ୟବଧାନରେ ଦୃତଗତିରେ OD 05 P 3375 ଏବଂ OD 02 CZ 1157 ନମ୍ବର ବିଶିଷ୍ଟ ଦୁଇଟି କାର ମାଡ଼ି ଆସୁଥିବାର ଦେଖି ଉକ୍ତ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲେ । ଅଟକ ରଖି ଗାଡ଼ି ଗୁଡ଼ିକୁ ଯାଞ୍ଚ କରିଥିଲେ । ସୁଚନା ମୁତାବକ ଦୁଇଟି ଗାଡ଼ିକୁ ଜବତ କରିବା ସହିତ ଯାଞ୍ଚ ସମୟରେ ଗାଡିରେ ଗଞ୍ଜେଇ ଥିବାର ଦେଖିଥିଲେ । ତେବେ ପୋଲିସ ପ୍ରାୟ ୧୧୦ କେଜି ରୁ ଅଧିକ ଗଞ୍ଜେଇ ଜବତ କରିବା ସହିତ ଛଅ ଜଣ ଙ୍କୁ ଗିରଫ କରିଛି । ଆସନ୍ତାକାଲି ଘଟଣା ବାବଦରେ ସମସ୍ତ ତଥ୍ୟ ଦେବେ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି । ମୟୁରଭଞ୍ଜରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।

0
0
0
s2sdefault