ହେଡଲାଇନସ୍:

ଟାଟା ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ପାଇଁ ସବ ଷ୍ଟେସନ ଲତାଗୁଳ୍ମରେ ଆଚ୍ଛାଦିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକର ଜିରାଇଲୋ ପଞ୍ଚାୟତ ଏକଘରିଆ ବିଦ୍ୟୁତ ସବ୍ ଷ୍ଟେସନ୍ ଦୀର୍ଘଦିନ ଧରି ବିଭିନ୍ନ ଲତାଗୁଳ୍ମ ଓ ଅନାବନା ଗଛ ଦ୍ୱାରା ଆଚ୍ଛାଦିତ ହୋଇଥିଲେ ମଧ୍ୟ ଏହାର ପ୍ରତିକାର ନିମନ୍ତେ ଟାଟା ବିଦ୍ୟୁତ୍ କମ୍ପାନୀର କୌଣସି କର୍ମଚାରୀ ଓ ବିଭାଗୀୟ ଅଧିକାରୀ ମାନେ କୌଣସି ପଦକ୍ଷେପ ନେଉନଥିବାରୁ ଏ ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ସବୁଠାରୁ କୌତୁହଳର ବିଷୟ ହେଲା, ପ୍ରତିଦିନ ଏହି ସବ୍ ଷ୍ଟେସନ୍ ଦେଇ ଟାଟା କମ୍ପାନୀର କର୍ମଚାରୀ ମାନେ ଯାତାୟାତ କରୁଥିଲେ ମଧ୍ୟ ଏହି ସବ୍ ଷ୍ଟେସନ୍ ର ବିକଳ ଚିତ୍ର ଓ ଆଚ୍ଛାଦିତ କରି ରଖିଥିବା ଲତାଗୁଳ୍ମକୁ ଅପସାରିତ ନ କରୁଥିବାରୁ ଏହି ବାଟ ଦେଇ ଯାଉଥିବା ଜନସାଧାରଣ ଏହି ଦୟନୀୟ ଚିତ୍ରକୁ ଦେଖି କୌତୁହଳ ପ୍ରକାଶ କରୁଛନ୍ତି । ସମ୍ପୃକ୍ତ ଟାଟା କମ୍ପାନୀର ଦାୟିତ୍ୱ ହୀନତା ଓ ବେଖାତିର ମନୋଭାବକୁ ନାପସନ୍ଦ କରୁଥିବା ଜଣାଯାଇଛି । ଉକ୍ତ ବିଭାଗର ଆନ୍ତରିକତା ଅଭାବରୁ ଏହି ଏକଘରିଆ ସବ୍ ଷ୍ଟେସନ୍ ଟି ଏକ ଦୟନୀୟ ଓ ବିପଦପୂର୍ଣ୍ଣ ଅବସ୍ଥାରେ ରହିଅଛି । ଏ ଦିଗରେ ସମ୍ପୃକ୍ତ ବିଭାଗର କାଳକ୍ଷେପଣ ନୀତିକୁ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ତୁରନ୍ତ ଏହି ସବ୍ ଷ୍ଟେସନ୍ କୁ ଲତାଗୁଳ୍ମ ମୁକ୍ତ କରିବା ପାଇଁ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି ।

0
0
0
s2sdefault