ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : କ୍ଷେତରେ ବଢୁଛି ଧାନ ଫସଲ । ପିଲ ଦେବା ପୂର୍ବରୁ ମିଳୁନି ୟୁରିଆ ସାର । ଚାଷୀ ମୁଣ୍ଡରେ ପଡ଼ିଲାଣି ଚଡ଼କ । ହନ୍ତସନ୍ତ ହେଉଛନ୍ତି ଦୁଇ ପଞ୍ଚାୟତର ୩ହଜାର ଚାଷୀ । ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲା ଏରସମା ବ୍ଲକ୍ ଅନ୍ତର୍ଗତ ଚଟୁଆ ପଞ୍ଚାୟତର ଚଟୁଆ ସେବା ସମବାୟ ସମିତିରେ । ତେବେ ଚଟୁଆ ସେବା ସମବାୟ ସମିତିକୁ ଦୁଇ ପଞ୍ଚାୟତ ତଥା ବଳେଇପୁର ପଞ୍ଚାୟତ ଓ ଚଟୁଆ ପଞ୍ଚାୟତର ଚାଷୀ ନିର୍ଭର କରୁଛନ୍ତି । ମାତ୍ର ଦୁଇ ପଞ୍ଚାୟତର ୩ହଜାର ଚାଷୀଙ୍କୁ ୧ହଜାର ୫ଶହ ବସ୍ତା ୟୁରିଆ ସାର ଆବଶ୍ୟକ ଥିବା ବେଳେ, ଚଟୁଆ ସେବା ସମବାୟ ସମିତିକୁ ମାତ୍ର ୧ଶହ ପ୍ୟାକେଟ ୟୁରିଆ ସାର ଚାଷୀଙ୍କୁ ଯୋଗାଇ ଦିଆଯାଇଛି । ଏହା ସମୂଦ୍ରକୁ ଶଙ୍ଖେ ପରି ଲାଗୁଥିବା ବେଳେ ଦୁଇ ପଞ୍ଚାୟତର ଚାଷୀ ଉପହାସ କରିଛନ୍ତି । ଅନ୍ୟ ପଟେ ଚଟୁଆ ଓ ବଳେଇପୁର ପଞ୍ଚାୟତର ଚାଷୀ ମାନେ ୟୁରିଆ ସାର ପାଇଁ ପୂର୍ବରୁ କେବେ ଏପରି ହଇରାଣ ହରକତ ହୋଇନଥିବା କହିଛନ୍ତି । ଏହା ହେଉଛି ଚାଷୀ ମାନଙ୍କ ପକ୍ଷରେ ପ୍ରଥମ ଥର । ଯଦି ଚାଷୀ ମାନଙ୍କୁ ୟୁରିଆ ସାର ସଠିକ୍ ଭାବେ ନ ମିଳେ ତାହାଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବା ସହ ଅନେକ ଚାଷୀ ଆତ୍ମହତ୍ୟା କରିବେ ବୋଲି ଚଟୁଆ ସେବା ସମବାୟ ସମିତିର ବୋର୍ଡ଼ ମେମ୍ବର ପ୍ରକାଶ କରିଛନ୍ତି । ତେବେ ଚାଷୀ ମାନଙ୍କୁ ତୁରନ୍ତ ସାର ଯୋଗାଇଦେବା ପାଇଁ ଯୁବ ସମାଜସେବୀ ଗଣେଷ ରାଉତ, ସମାଜସେବୀକା ରଶ୍ମୀତା ନାୟକ, ବିଶ୍ଵନାଥ ସ୍ୱାଇଁ, ସଞ୍ଜୟ ନାୟକ, ସୁରେନ୍ଦ୍ର ରାଉତ, ବିଶମ୍ବର ସ୍ଵାଇଁ, ଶରତ ସ୍ଵାଇଁ, ସାଗର ନାୟକ, ସୁରେନ୍ଦ୍ର ସ୍ଵାଇଁ, ଭରତ ବରାଳ, ନିରଞ୍ଜନ ମଲ୍ଲ, ସଞ୍ଜୟ ପଟିଆ, ଅକ୍ଷୟ କୁମାର ସ୍ୱାଇଁ, ଅସ୍ମିନ ମହାପାତ୍ର, ଭକ୍ତ ଓଝା, ଗଙ୍ଗାଧର ସାହୁ, ଦେବରାଜ ମହାପାତ୍ର, ନୃସିହ ଚରଣ ସ୍ୱାଇଁ, ରଞ୍ଜନ ନାୟକ, ସରୋଜ ଜେନା, ତପନ ମଲ୍ଲ ଓ ମାନସ ପାଣି ପ୍ରମୁଖଙ୍କ ସମେତ ଦୁଇ ପଞ୍ଚାୟତର ଶତାଧିକ ଚାଷୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦୃଢ ଦାବୀ କରିଛନ୍ତି ।
ରାଜ୍ୟ
ଚଟୁଆ ସମବାୟ ସମିତିରେ ଚାଷୀଙ୍କୁ ମିଳୁନି ୟୁରିଆ ସାର, ବଢୁଛି ଚାଷୀ ଅସନ୍ତୋଷ
- Hits: 6