ହେଡଲାଇନସ୍:

ଶିଆଳିରେ ସମୁଦ୍ର କୂଳ ଲଂଘିବା ପ୍ରସଙ୍ଗ ବିଧାନସଭାରେ ଉଠେଇଲେ ବିଧାୟକ ସାରଦା ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ୍ ପଦ୍ମପୁର ପଞ୍ଚାୟତର ଶିଆଳି ବେଳାଭୂମି ଏବଂ ନିକଟସ୍ଥ ରାମତରା ଠାରେ ସମୁଦ୍ର କୂଳ ଲଂଘନ କରି ନୂଆ ମୁହାଣ ଖୋଲିଥିଲା । ଏ ସମ୍ପର୍କିତ ଖବର ସରକାରଙ୍କ ପାଖରେ ଅଛି କି ନାହିଁ ବୋଲି ବିଧାନସଭାରେ ପ୍ରଶ୍ନ କରିଛନ୍ତି ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା । ଯଦି ଅଛି ସେନେଇ ସରକାର କ’ଣ ପଦକ୍ଷେପ ନେଉଛନ୍ତି ବୋଲି କହି ବର୍ଷିଥିଲେ । ପ୍ରଶ୍ନର ଉତ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାହନ ଚରଣ ମାଝୀ କହିଛନ୍ତି କି, ଚଳିତ ବର୍ଷା ଋତୁରେ ଏରସମା ଉପକୂଳରେ ଶିଆଳି ଓ ଗଡ଼ହରିଶପୁର ଠାରେ ସମୁଦ୍ର କୂଳ ଲଂଘିବା ସମ୍ପର୍କରେ ସରକାର ଅବଗତ ଅଛନ୍ତି । ଏହାର ପ୍ରତିକାର ପାଇଁ ନାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ ଓସେନ୍ ଟେକ୍ନୋଲୋଜି (ଏନ୍‌ଆଇଓଟି), ଚେନ୍ନାଇକୁ ରାଜ୍ୟ ସରକାର ଉପଯୁକ୍ତ ବୈଷୟିକ ସମାଧାନ ପାଇଁ ଯୋଗାଯୋଗ କରିଛନ୍ତି । ଏନ୍‌ଆଇଓଟି ଚେନ୍ନାଇ ଠାରୁ ଏହାର ଏକ ଦୀର୍ଘ ମିଆଦୀ ସମାଧାନର ପ୍ରସ୍ତାବ ହସ୍ତଗତ ହେଲା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯିବ । ଗଡ଼ହରିଶପୁର ଓ ଶିଆଳି ଠାରେ ସମୁଦ୍ରକୂଳ ସୁରକ୍ଷା ନିମନ୍ତେ ୪ ଗୋଟି ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର) ଏବଂ ମେମୋରେଣ୍ଡମ୍ ପ୍ରସ୍ତୁତ କରାଯାଇ ଟେକ୍ନିକାଲ୍ ଆଡ୍‌ଭାଇଜରି କମିଟିର ଅନୁମୋଦନ ନିମନ୍ତେ ପ୍ରେରଣ କରାଯାଇଛି । ଅନୁମୋଦନ ମିଳିଲା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

0
0
0
s2sdefault