ବ୍ଳକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା କାର୍ଯ୍ୟ ବାଧାପ୍ରାପ୍ତ
ଓଡ଼ଗାଁ,୨୦।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ରାଜ୍ୟ ରାଜସ୍ୱ ଅମଲା ସଂଘର ନିଷ୍ପତ୍ତି ଅନୁସାରେ ବିଭିନ୍ନ ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା ସମୂହ ଛୁଟି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଏବଂ ତହସିଲରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା ଗତ ୧୧ ତାରିଖ ଠାରୁ ସମୂହ ଛୁଟି ନେଇ ବ୍ଳକ ଏବଂ ତହସିଲ ସାମ୍ନାରେ ଧାରଣାରେ ବସୁଥିବାରୁ ଉଭୟ କାର୍ଯ୍ୟାଳୟରେ ବିଭିନ୍ନ ଜନହିତକର କାର୍ଯ୍ୟ ପ୍ରଭାବିତ ହୋଇଥିବା ଅଭିଯୋଗ ହେଉଛି।ସାଧାରଣ ଲୋକେ ସେବାରୁ ବଞ୍ଚିତ ହେଉଛନ୍ତି।ଯେଉଁ କାର୍ଯ୍ୟକୁ ଏସବୁ କର୍ମଚାରୀଙ୍କ ମିଳିତ ସହଯୋଗରେ ସରୁନଥିଲା ଏବେ ଅଳ୍ପ ସଂଖ୍ୟକ କର୍ମଚାରୀ ତାକୁ କିପରି କରିବେ। ଏଥିପ୍ରତି ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ଅନ୍ୟପକ୍ଷରେ ଜିଲ୍ଲାରେ କାର୍ଯ୍ୟରତ ରାଜସ୍ବ ଅମଲା ମାନଙ୍କ ମୂଳ ଦରମା ଓ.ଆର.ଏସ୍.ପି ୨୦୧୭ ମସିହା ନିୟମ ଅନୁଯାୟୀ ୪ ରୁ ଲେଭେଲ୍ ୯କୁ ବୃଦ୍ଧି, କନିଷ୍ଠ ରାଜସ୍ବ ଅମଲାଙ୍କ ରେସିଡେନସି ପିରିୟଡ଼ ୬ ପରିବର୍ତ୍ତେ ୪ ବର୍ଷ ଓ ବରିଷ୍ଠ ରାଜସ୍ବ ସହାୟକ ଏବଂ ଏ.ଏସ୍.ଓ ପଦବୀକୁ ଅକତ୍ରିକରଣ କରି କେବଳ ଏ.ଏସ୍.ଓ ରଖାଯାଇ କନିଷ୍ଠ ରାଜସ୍ବ ସହାୟକ ରୁ ୪ ବର୍ଷ ରେସିଡେନସି ପିରିୟଡ଼ ରଖାଯାଇ ଏ.ଏସ୍.ଓ ପଦବୀକୁ ପଦୋନ୍ନତି ଦିଆଯାଉ। କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ବାର୍ଷିକ ୨୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ଏପରି ୧୦ ଦଫା ଦାବି ରହିଛି।