ହେଡଲାଇନସ୍:

ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠା ସହରରୁ ଉଠିଲା ଆବର୍ଜ୍ଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବିଗିଡ଼ି ଯାଇଥିଲା ବେଲଗୁଣ୍ଠା ସହରର ଅବସ୍ଥା I ସହରର ପରିମଳ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା I କିନ୍ତୁ ଏନେଇ ସ୍ଥାନୀୟ ପ୍ରଶାସନ ପ୍ରତିକ୍ରିୟା ଶୂନ୍ୟ ହୋଇପଡିଥିବା ବେଳେ ବିଧାୟକଙ୍କ ହସ୍ତକ୍ଷେପ ପରେ ସହରର ପରିମଳ ଅବସ୍ଥାରେ ସୁଧାର ଆସିଥିବା ଜଣା ପଡିଛି I ସୂଚନା ପ୍ରକାରେ ବର୍ତ୍ତମାନ ଚାଷ ବାସ ସମୟ ଥିବାରୁ ବେଲଗୁଣ୍ଠା ଧନିଜାପଲ୍ଲୀ ଠାରେ ଥିବା ଏନଏସିର ଆବର୍ଜନା କୁଣ୍ଡ ନିକଟକୁ ଗାଡ଼ି ଯାଇପାରି ନଥିଲା I ଫଳରେ ଗତ ଜୁଲାଇ ୨୯ ତାରିଖ ଠାରୁ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ସହରରୁ ଆବର୍ଜନା ଉଠା କାର୍ଯ୍ୟ ବନ୍ଦ ରହିଥିଲା I ଫଳରେ ସହରରେ ସୃଷ୍ଟି ହୋଇଥିଲା ଦୁର୍ଗନ୍ଧମୟ ପରିସ୍ଥିତି I ଚାରିଆଡେ ଜମା ହୋଇଥିଲା କୁଢ଼ କୁଢ଼ ଆବର୍ଜ୍ଜନା I ବର୍ଷା ହେବାପରେ ସ୍ଥିତି ଅଧିକ ବେହାଲ ହେବା ସହିତ ମଶା ମାଛି ଙ୍କ ପ୍ରାଦୁର୍ଭାବ ମଧ୍ଯ ବଢ଼ିଥିଲା I ଏନେଇ ସ୍ଥାନୀୟ ସାଂସଦ ପ୍ରତିନିଧି ନାରାୟଣ ସାହୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଧାୟକ ଶ୍ରୀ ବିଷୋୟୀଙ୍କ ହସ୍ତକ୍ଷେପ ପରେ ସ୍ଵାଭାବିକ ହୋଇଥିଲା ଅଳିଆ ଉଠାଣ ପ୍ରକ୍ରିୟା I ସହରରୁ ଆଜି ସୁଦ୍ଧା ବହୁ ଅଳିଆ ସଫେଇ ହୋଇଥିବା ବେଳେ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ସମସ୍ତ ଆବର୍ଜ୍ଜନା ଉଠିଯିବ ବୋଲି ଜଣା ପଡିଛି I

0
0
0
s2sdefault