ହେଡଲାଇନସ୍:

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗର ନୂତନ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା-:(ଶିବରାମ ଚୌଧୁରୀ )--:ସ୍ଥାନୀୟ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ର ସ୍ଵାଗତ ସମ୍ବର୍ଦ୍ଧନା ସଭା ଅଧ୍ଯକ୍ଷ ଅଜିତ୍ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଅଧ୍ୟାପକା ପିଙ୍କି ପାତ୍ର,ଅଧ୍ୟାପକ ସନ୍ତୋଷକୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ, ଅଜୟ କୁମାର ବିଶ୍ଵାଳ,ଡ଼. ପ୍ରଫୁଲ କୁମାର ଜେନା, ଅଶୋକ କୁମାର ସ୍ଵାଇଁ, ଗ୍ରନ୍ଥାଗାରିକ ରଂଜିତ୍‌ କୁମାର ସାମଲ, କ୍ରୀଡ଼ା ଶିକ୍ଷକ ବିଶ୍ଵ ରଞ୍ଜନ ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ଗଣ ଛାତ୍ରଛାତ୍ରୀଙ୍କୁ ମୂଲ୍ୟବୋଧ ଯୁକ୍ତ ମାର୍ଗଦର୍ଶନ କରିଥିଲେ ଏବଂ ଅଧ୍ୟକ୍ଷ ପଟ୍ଟନାୟକ ଏବଂ ଶିକ୍ଷାବିଭାଗର ମୁଖ୍ୟ ପିଙ୍କି ପାତ୍ର ଛାତ୍ରଛାତ୍ରୀ ମାନଙ୍କୁ ନୂତନ ପାଠ୍ୟଖସଡ଼ା ଓ ଆଶୀର୍ବାଦ ବାଣୀ ପ୍ରଦାନ କରିଥିଲେ । ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଛାତ୍ରୀ ପୂଜା ବାରିକ ଓ ଜାନକୀ ସାହୁ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ । ନିଳୀମା ପ୍ରଧାନ ଓ ଅନୀମା ପ୍ରଧାନ ସ୍ଵାଗତ
ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଅଧ୍ୟାପିକା ପିଙ୍କି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିଭାଗର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

0
0
0
s2sdefault