ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳ ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ବି. ସୀତାପୁର ଠାରେ ବେଆଇନ ଭାବେ ପରିଚାଳିତ ଏକ ଘରୋଇ ଛାତ୍ରାବାସକୁ ଜିଲ୍ଲା ପ୍ରଶାଶନ ତରଫରୁ ବନ୍ଦ କରାଗଲା।
ପ୍ରକାଶ ଥାଉକି ବି . ସୀତାପୁର ଠାରେ ଦୀର୍ଘ ଦିନରୁ ବେଆଇନ ଭାବେ ଗୁଡ ନିଉଜ ଇଣ୍ଡିଆ ଡ୍ରିମ ସେଣ୍ଟର ନାମରେ ଏକ ଘରୋଇ ଛାତ୍ରାବାସ ଚାଲିଥିଲା। ଘରୋଇ ଛାତ୍ରାବାସର ପ୍ରକୃତ ମାଲିକ , ଛତ୍ରାବାସ ଚାଲିବା ବିରୁଦ୍ଧରେ ଜିଲ୍ଲା ପ୍ରଶାସନ , ରାଜ୍ୟ ସରକାର ଓ ଓଡ଼ିଶା ମାନବଅଧିକାର କମିଶନଙ୍କର ଦ୍ଵାରସ୍ତ ହୋଇଥିଲେ।
ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କର ନିର୍ଦ୍ଦେଶାବଳୀ (ଘରୋଇ ଛାତ୍ରାବାସ ପଞ୍ଜୀକରଣ )- ୨୦୧୮ ଅନୁସାରେ ପ୍ରଥମେ ଜିଲ୍ଲାପାଳ , ଜିଲ୍ଲା ଶିକ୍ଷା ଅଧିକାରୀ , ଗଜପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶାବଳୀ ଅନୁସାରେ ତର୍ଜମା କରି , ଅନୁଷ୍ଠାନର ଦରଖାସ୍ତକୁ ରଦ୍ଦ କରିଥିଲେ।
ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ନେତୃତରେ ଏକ କମିଟି ଗଠନ କରି ଘରୋଇ ଛାତ୍ରାବାସର ଦରଖାସ୍ତ , ମାନ୍ୟବର ଉଚ୍ଚତମ ନ୍ୟାୟଳୟର ନିର୍ଦ୍ଦେଶ ଉପରେ ଆଲୋଚନା କରିବାପରେ ଛାତ୍ରାବାସକୁ ବନ୍ଦ କରି , ସମସ୍ତ ଅନ୍ତେବାସୀଙ୍କୁ ଶିଶୁ ମଙ୍ଗଳ ସମିତି , ଗଜପତିଙ୍କ ନିକଟରେ ଉପସ୍ଥାପନ କରିବା ନିମନ୍ତେ ନିର୍ଦ୍ଦେଶ ଥିଲା। କମିଟିର ସମସ୍ତ ଅଧିକାରୀ ଉକ୍ତ ନିର୍ଦ୍ଦେଶନୁସାରେ ଗୁଡ ନିଉଜ ଇଣ୍ଡିଆ ଡ୍ରିମ୍ ସେଣ୍ଟରରେ ପହଞ୍ଚି , ସେଠାରେ ରହୁଥିବା ସମସ୍ତ ୬୮ ଅନ୍ତେବାସୀଙ୍କର ବିବରଣୀ ସଂଗ୍ରହ କରିବା ପରେ ଆଜିର ଦିନରେ ଉପସ୍ଥିତ ଥିବା ୧୮ ଅନ୍ତେବାସୀଙ୍କୁ ଶିଶୁ ମଙ୍ଗଳ ସମିତି , ଗଜପତିଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହା ପରେ ଶିଶୁ ମଙ୍ଗଳ ସମିତି ସମସ୍ତ ଅନ୍ତେବାସୀଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରିଥିଲେ।
ଅନ୍ୟପଟେ ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଅନ୍ତେବାସୀମାନଙ୍କୁ ଉପଯୁକ୍ତ ଶିକ୍ଷାନୁଷ୍ଠାନ / ଛାତ୍ରାବାସରେ ଥଇଥାନ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ରାଜ୍ୟ
ଜିଲ୍ଲା ପ୍ରଶାସନ ବନ୍ଦ କଲା ବେଆଇନ ଭାବେ ଚାଲିଥିବା ଘରୋଇ ଛାତ୍ରାବାସ
- Hits: 18