ହେଡଲାଇନସ୍:

ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୃତକଙ୍କ ନାମ ରେକଡ଼ରୁ କାଟି ଜୀବିତ ଉତ୍ତରାଧିକାରୀଙ୍କ ନାମ ଯୋଡିବାକୁ ପରାମର୍ଶ

ଓଡ଼ଗାଁ,୨୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୃଷି କାର୍ଯ୍ୟାଳୟ ଠାରେ ଆତ୍ମାର ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟ କ୍ରମରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ଯୋଗଦେଇ ଅଂଶଗ୍ରହଣକାରୀ ମାନଙ୍କୁ ଡିଜିଟାଲ ଫସଲ ସର୍ବେକ୍ଷଣ ସମ୍ପର୍କରେ ବୁଝାଇବା ସହିତ ମୃତକଙ୍କ ନାମ ଜମିଜମା ରେକର୍ଡରୁ କାଟି ଜୀବିତ ଉତ୍ତରାଧିକାରୀଙ୍କ ନାମ ଯୋଡିବା ନିମନ୍ତେ ଜନ ସଚେତନତା ପାଇଁ ପରାମର୍ଶ ଦେଇଥିଲେ।ଯଦ୍ବାରାକି ଅଧିକ ସଂଖ୍ୟାରେ ଚାଷୀ ପ୍ରଧାନ ମନ୍ତ୍ରୀ କୃଷି ଯୋଜନା ସହାୟତା ପାଇବାକୁ ଯୋଗ୍ୟ ହୋଇପାରିବେ।କାରଣ ବର୍ତ୍ତମାନର ନିୟମ ଅନୁଯାୟୀ ନିଜ ନାମରେ ଚାଷ ଜମି ନଥିଲେ ଚାଷୀ ହୋଇଥିଲେ ମଧ୍ୟ ସେମାନେ ଯୋଜନାରୁ ବଞ୍ଚିତ ହେବେ। ଗୋଷ୍ଠୀ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କ ଖରିବ ଋତୁରେ ଡିଜିଟାଲ ମାଧ୍ୟମରେ ଫସଲ ସର୍ବେକ୍ଷଣ ସମ୍ପାଦନ ପାଇଁ କାର୍ଯ୍ୟ ଯୋଜନା ମାନକ କାର୍ଯ୍ୟ ପ୍ରଣାଳୀ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

0
0
0
s2sdefault