ଓଡ଼ଗାଁ,୨୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି କଲେଜ ରୋଡ଼ ସନ୍ତୋଷୀମା ମନ୍ଦିର ନିକଟରେ ସୃଷ୍ଟି ହୋଇଥିବା ଏକ ବଡ଼ ଖାଲ ସମ୍ପର୍କରେ ଖବର ପ୍ରକାଶନ ପରେ ପୃତବିଭାଗ କାଳବିଳମ୍ବ ନକରି ବୁଧବାର ଉକ୍ତ ଖାଲକୁ ମରାମତ କରିଥିବା ଜଣାଯାଇଛି । ଉକ୍ତ ପିଚୁ ସଡ଼କ ଖାଲ ସ୍ଥାନକୁ ସିମେଣ୍ଟ କଂକ୍ରିଟ୍ ପକାଇ ସମାନ କରାଯାଇଛି । ଏଥିସହିତ ଏହାର ଉପର ଅଂଶ ରଙ୍ଗକୁ ପିଚୁ ସହିତ ମିଶାଇବା ପାଇଁ କଂକ୍ରିଟ୍ ଦେହରେ କଳାରଙ୍ଗ ମିଶାଇ ପକାଯାଇଛି। ଫଳରେ ତାହା ପିଚୁ ରୋଡ଼ର ରଙ୍ଗ ସହିତ ମିଶି ଯିବାର ସମ୍ଭାବନା ରହିଛି । ସୂଚନା ଥାଉକି ଉକ୍ତ ରାସ୍ତା ତଳ ଦେଇ ୩୩ କେଭି ଲାଇନ ତାର ଯାଇଥିବାରୁ ସେହି ସ୍ଥାନର ମାଟିକୁ ନଦବାଇ ହାଲକା ଭାବେ ଛାଡ଼ି ଦିଆଯାଇଥିଲା । ଏବଂ କୌଣସି ପରୀକ୍ଷା ନିରୀକ୍ଷା ନକରି ତା' ଉପର ରାସ୍ତାରେ ନୂଆ ପିଚୁ ପକାଇ କାର୍ଯ୍ୟ ସାରି ଦିଆଯାଇଥିଲା । ଫଳରେ ଯାନବାହାନ ଚଳାଚଳ ହେବାରେ ରାସ୍ତାଟି ଦବି ଏକ ବଡ଼ ଖାଲ ସୃଷ୍ଟି ହେବାରୁ ଗମନାଗମନରେ ବାଧାସୃଷ୍ଟି ହୋଇଥିଲା । ଖବର ପ୍ରକାଶନ ପରେ ବିଭାଗୀୟ ପଦକ୍ଷେ ଦ୍ବାରା ତାହା ତ୍ୱରିତ ମରାମତ ହୋଇଥିଲା । ଫଳରେ ସାଧାରଣ ଗମନାଗମନ ସୁରକ୍ଷିତ ହୋଇପାରିଛି ।
ରାଜ୍ୟ
ଖବର ପ୍ରକାଶର ପ୍ରଭାବ, ୨୪ ଘଣ୍ଟା ପୂର୍ବରୁ ମରାମତି ହେଲା ରାସ୍ତା
- Hits: 76