ବାରିପଦା- ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକସୋ କୋର୍ଟରେ ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଆସାମୀ ଜଣକ ହେଲେ ଶରତ ଥାନା ଅନ୍ତର୍ଗତ ନିରିବିଲ୍ଲା ଗ୍ରାମର ରାଉତ ପୂର୍ତ୍ତି (୫୭)। ସୂଚନାଯୋଗ୍ୟ, ଗତ ୮/୧୧/୨୦୨୨ରେ ଜନୈକା ନାବାଳିକା ତାଙ୍କ ଘର ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିଲା। ଉକ୍ତ ସମୟରେ ଆସାମୀ ଜଣକ ତାଙ୍କୁ ଏକୁଟିଆ ପାଇଁ ଦୁଷ୍କର୍ମ କରିଥିଲା। ଏନେଇ କାହାକୁ ଜଣାଇବାକୁ ଧମକ ଦେଇଥିଲେ। ଯାହାକୁ ନେଇ ପୀଡିତା ନାବାଳିକା ଜଣକ ଭୟଭୀତ ହୋଇ ପରିବାର ଲୋକଙ୍କୁ କିଛି ଜଣାଇନଥିଲା। ଏହିପରି ଭାବେ ପୁଣି ସେ ଦୁଷ୍କର୍ମ କରିବାରୁ ଘଟଣା ବାବଦରେ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ। ଯାହାକୁ ନେଇ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରି ପୀଡିତାର ବୟାନ ରେକର୍ଡ କରିଥିଲେ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଏହା ସହିତ ପିଡିତା ନାବାଳିକାକୁ ୩ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।
ରାଜ୍ୟ
ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ କାରାଦଣ୍ଡାଦେଶ
- Hits: 6