କେନ୍ଦୁଝର: ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ସିଏସ୍ଆର୍ ପଦକ୍ଷେପ 'ଉଡ଼ାନ୍' ମାଧ୍ୟମରେ ଠାକୁରାଣୀ ଚ୍ୟାଲେଞ୍ଜର ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୫ର ମୁଖ୍ୟ ପ୍ରାୟୋଜକର ଭୂମିକା ନିର୍ବାହ କରିଛି। ଡାଲକୀ ବୀର ବିର୍ସା ମୁଣ୍ଡା ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଓ ୨୪୦ରୁ ଅଧିକ ଖେଳାଳି, ସ୍ଥାନୀୟ ଗୋଷ୍ଠୀ ଓ ପ୍ରତିଦ୍ଵନ୍ଦିତାର ଏହି ଦିନିକିଆ ଉତ୍ସବରେ ଅଂଶଗ୍ରହଣ କରିଥିଲେ।
କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ଡାଲକୀ ପଡ଼ିଆରେ ଆୟୋଜିତ ଏହି କ୍ରୀଡ଼ା ଉତ୍ସବରେ ଆଖପାଖ ଗାଁର ଯୁବକମାନେ ଏକତ୍ରିତ ହୋଇ କ୍ରୀଡ଼ା ମନୋଭାବ, ଦଳଗତ ଭାବନା ଓ ସ୍ଥାନୀୟ ଗୌରବର ପ୍ରଦର୍ଶନ କରିଥିଲେ। ନକଆଉଟ୍ ଫର୍ମାଟରେ ଏହି ମ୍ୟାଚ୍ଗୁଡ଼ିକ ଖେଳାଯାଇଥିଲା, ଯାହା ପ୍ରତ୍ୟେକ ମ୍ୟାଚ୍ର ଉତ୍ସାହ ଦ୍ଵିଗୁଣିତ କରିଥିଲା । ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ରେ ସନ୍ନି ଏକ୍ସପ୍ରେସ୍ ୧-୦ ଗୋଲରେ ଖୁସି ୧୧ ଦଳକୁ ପରାସ୍ତ କରି ଠାକୁରାଣୀ ଚ୍ୟାଲେଞ୍ଜର ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ର ବିଜେତା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବୀର ବିର୍ସା ମୁଣ୍ଡା ୟୁଥ କ୍ଲବର ସଭାପତି ଶ୍ରୀ ନିରଞ୍ଜନ ମୁଣ୍ଡା, ଏଏମ୍/ଏନ୍ଏସ୍ ଇଣ୍ଡିଆ ଠାକୁରାଣୀ ଖଣିର ଲୋକ କଲ୍ୟାଣ ଅଧିକାରୀ ଶ୍ରୀ ପ୍ରମୋଦ ଆଚାର୍ଯ୍ୟ, ଏଏମ୍/ଏନ୍ ଏସ୍ ଇଣ୍ଡିଆ ଠାକୁରାଣୀ ଖଣିର ସିଏସ୍ଆର୍ ମୁଖ୍ୟ ଶ୍ରୀ ଅରୁଣ ଅଗ୍ରଓ୍ଵାଲଙ୍କ ସମେତ କମ୍ପାନିର ଅନ୍ୟ ଅଧିକାରୀ ଓ ସ୍ଥାନୀୟ ଗୋଷ୍ଠୀ ସଦସ୍ୟମାନେ ଉପସ୍ଥିତ ଥିଲେ। ଅତିଥିମାନେ ବିଜେତା ଓ ରନରଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ବ୍ୟକ୍ତିଗତ ସଫଳତା ପାଇଁ ସନ୍ନି ଏକ୍ସପ୍ରେସ୍ ଦଳର ଶିବ ମୁଣ୍ଡାଙ୍କୁ ଶ୍ରେଷ୍ଠ ଗୋଲକିପର୍ , ଖୁସି ୧୧ ଦଳର ଅଜୟ ମୁଣ୍ଡାଙ୍କୁ ଶ୍ରେଷ୍ଠ ଡିଫେଣ୍ଡର ଏବଂ ସନ୍ନି ଏକ୍ସପ୍ରେସ୍ ଦଳର ଅବିନାଶ ମୁଣ୍ଡାଙ୍କୁ ଶ୍ରେଷ୍ଠ ଗୋଲ ସ୍କୋରର ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଟୁର୍ଣ୍ଣାମେଣ୍ଟକୁ ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ବ୍ୟାପକ ସମର୍ଥନ ମିଳିଥିଲା, ଯେଉଁଥିରେ କ୍ରୀଡ଼ା ଉପକରଣ, ଟ୍ରଫି, ଖେଳାଳି ଓ ସ୍ୱେଚ୍ଛାସେବୀଙ୍କ ପାଇଁ ଜର୍ସି, ଭେନ୍ୟୁ ସେଟଅପ୍, ଖାଦ୍ୟ ଏବଂ ଖେଳାଳିମାନଙ୍କ ପାଇଁ ଲଜିଷ୍ଟିକ୍ ସହାୟତା ଅନ୍ତର୍ଭୁକ୍ତ ଥିଲା। ଶ୍ରୀ ନିରଞ୍ଜନ ମୁଣ୍ଡା ସ୍ଥାନୀୟ ପ୍ରତିଭାମାନଙ୍କୁ ସଶକ୍ତ କରିବା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରତିବଦ୍ଧତାକୁ ପ୍ରଶଂସା କରିବା ସହ ଟୁର୍ଣ୍ଣାମେଣ୍ଟ ଆୟୋଜନରେ କମ୍ପାନିର ସକ୍ରିୟ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।
ରାଜ୍ୟ
ଠାକୁରାଣୀ ଚ୍ୟାଲେଞ୍ଜର ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ମାଧ୍ୟମରେ ତୃଣମୂଳ ସ୍ତରର ପ୍ରତିଭାଙ୍କୁ ସଶକ୍ତ କରୁଛି ଏଏମ୍/ଏନ୍ଏସ୍ ଇଣ୍ଡିଆ
- Hits: 5