ହେଡଲାଇନସ୍:

ଜୟ ଓଡ଼ିଶାଙ୍କ ୧୫ତମ ରକ୍ତଦାନ ଶିବିର ସଫଳତାର ସହିତ ସମାପ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଜୟ ଓଡ଼ିଶା ଦ୍ୱାରା ଏହାର "ରକ୍ତଦାନ" ଯୋଜନାର ୧୫ତମ ରକ୍ତଦାନ ଶିବିର ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଆୟୋଜିତ ହୋଇଯାଇଛି । ଏହା କଳିଙ୍ଗ ଅଟୋମୋବାଇଲ୍ସ୍ ଗ୍ରୁପ୍ ର ସହଭାଗୀତାରେ, ଭୁବନେଶ୍ୱରର ୟୁନିଟ୍–୧ ସ୍ଥିତ ତାଙ୍କ କଳିଙ୍ଗ କମପ୍ଲେକ୍ସ ଆୟୋଜିତ ହୋଇଥିଲା ।

ଏହି ଅବସରରେ କଳିଙ୍ଗ ଅଟୋମୋବାଇଲ୍ସ୍‌ର ମ୍ୟାନେଜିଙ୍ଗ ଡାଇରେକ୍ଟର୍ ଶ୍ରୀ ତୁତୁଲ୍ ଦାଶ ଏବଂ ଶ୍ରୀମତୀ ସିକ୍ତା ଦାଶଙ୍କ ଉପସ୍ଥିତ ରହି ସମଗ୍ର କାର୍ୟକ୍ରମକୁ ପରିଚାଳନା କରିଥିଲେ।
ଶିବିରରେ ଅତିଥି ଭାବେ କ୍ୟାବିନେଟ ମନ୍ତ୍ରୀ(ଲ,ୱାର୍କ ଓ ଏକ୍ସାଇଜ) ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ମେୟର୍ ଶ୍ରୀମତୀ ସୁଲୋଚନା ଦାଶ, ବରିଷ୍ଠ ବିଜେପି ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ଓ ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଅତିଥି ଭାବେ ଯୋଗଦେଇ, ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। କ୍ରମାଗତ ଭାବେ ବିଭିନ୍ନ ସଂଗଠନ ସହ ମିଶି ଏପରି ରକ୍ତଦାନ ଶିବିର ଆୟୋଜନ କରିବାର ଲକ୍ଷ୍ୟ ରଖିଥିବାର ଏହି ନିଆରା ପ୍ରୟାସକୁ ଏବଂ ଆୟୋଜକଙ୍କୁ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଖୁବ୍ ପ୍ରସଂଶା କରିଥିଲେ ଓ ଆଗାମୀ ଦିନରେ ସମାଜ ପାଇଁ ଏପରି ମହତ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ।

ଶିବିରରେ କଳିଙ୍ଗ ଅଟୋମୋବାଇଲ୍ସ୍‌ ର କର୍ମଚାରୀମାନଙ୍କ ସମେତ ସ୍ଥାନୀୟ ଲୋକମାନେ ତଥା ୟୁନିଟ୍ ୧ ମାର୍କେଟ ର ବ୍ୟବସାୟୀ ମାନେ ମଧ୍ୟ ସ୍ଵଇଚ୍ଛାରେ ଉତ୍ସାହର ସହିତ ରକ୍ତଦାନ କରିଥିଲେ ।

କଳିଙ୍ଗ ଅଟୋମୋବାଇଲ ଗ୍ରୁପ ଭଳି ଅନ୍ୟାନ୍ୟ କର୍ପୋରେଟ ସଂସ୍ଥା ମାନେ ମଧ୍ୟ ଏହି ଭଳି ରକ୍ତଦାନ କାର୍ଯ୍ୟରେ ନିଜକୁ ଅନ୍ତର୍ଭୁକ୍ତ କରାଇଲେ ନିଶ୍ଚୟ ଦେଖାଦେଉଥିବା ରକ୍ତଭାବ ଧୀରେ ଧୀରେ କମିଯିବ ବୋଲି ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ଓ ଆଗାମୀ ଅଗଷ୍ଟ ୨୩ ତାରିଖରେ ଶୁଶୃତ ହସ୍ପିଟାଲ ର ମିଳିତ ଆନୁକୁଲ୍ୟରେ ୧୬ତମ ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ।

0
0
0
s2sdefault