ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ବାହାଡାଝୋଲା ବ୍ୟାଙ୍କ ଅଫ ବରୋଦା ଶାଖା କାର୍ଯ୍ୟାଳୟ ସାମ୍ନାରେ ଥିବା ବରୋଦା ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ଜଣେ ମହିଳା ୫ ହଜାର ସୁଭଦ୍ରା ଟଙ୍କା ଉଠାଣ ପାଇଁ ଗ୍ରାହକ କେନ୍ଦ୍ର ପରିଚାଳକଙ୍କୁ କହିଥିଲେ । ପରିଚାଳକ ମହିଳାଙ୍କ ଟିପ ଚିହ୍ନ ରଖି ୫ ହଜାର ପରିବର୍ତ୍ତେ ମହିଳାଙ୍କ ଜମାଖାତାରୁ ୧୦ ହଜାର ଟଙ୍କା ଉଠାଣ କରିଥିଲେ । ମାତ୍ର ମହିଳାଙ୍କୁ ୫ ହଜାର ଦେଇ ବିଦା କରିଥିଲେ । ମହିଳା ଜଣକ ଟଙ୍କା ନେଇ ଘରେ ପହଞ୍ଚିଲା ବେଳେ ୧୦ ଟଙ୍କା ଖାତାରୁ ଉଠିଥିବା ନେଇ ମୋବାଇଲ ମେସେଜ ମାଧ୍ୟମରେ ଜଣାପଡିଥିଲା । ଏକଥା ଜାଣିବା ପରେ ମହିଳା ଜଣକ ସଂଗେସଂଗେ ଗ୍ରାହକ ସେବା କେନ୍ଦ୍ରକୁ ଯାଇ ଅଭିଯୋଗ କରିବା ପରେ ବାଧ୍ୟହୋଇ ମହିଳାଙ୍କୁ ଅବଶିଷ୍ଟ ୫ ହଜାର ଫେରସ୍ତ କରିଥିଲେ । ଠକାମିର ଶିକାର ହୋଇଥିବା ମହିଳା ଜଣକ ହେଲେ ହରିପୁର ଗ୍ରାମ ପଞ୍ଚାୟତର ଗୋପପୁର ଗ୍ରାମର ଗୋବର୍ଦ୍ଧନ ବେହେରାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହେରା । ଅଭିଯୋଗ ପାଇବା ପରେ ବରୋଦା ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକ ସେବାକେନ୍ଦ୍ରର କୋଡ଼କୁ ରଦ କରିଥିବା ସୂଚନା ମିଳିଛି ।
ରାଜ୍ୟ
୫ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଉଠାଣ
- Hits: 133