ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରାବରା ପଞ୍ଚାୟତ ରାବରା ଗ୍ରାମ ମଧୁକେଶ ମନ୍ଦିର ଠାରେ କିଟନାଶକ ଔଷଧର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସ୍ଥାନୀୟ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଚାଷୀ ଅଂଶଗ୍ରହଣ କରିଥିଲେ । ଜିଲ୍ଲା କୃଷି ଅଧିକାରୀ ପବିତ୍ର ମୋହନ ସାହୁ, ମୃତ୍ତିକା ରସାୟନ ବିତ୍ତ ନଗେଶ ପଟ୍ଟନାୟକ, ଓଡ଼ଗାଁ ଗୋଷ୍ଠୀ କୃଷି ଅଧିକାରୀ ପ୍ରତିଭା ପ୍ରଧାନ ପ୍ରମୁଖ ଯୋଗଦେଇ ଚାଷୀମାନଙ୍କୁ କୀଟନାଶକ ଔଷଧର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ସେହିପରି ଅପରାହ୍ନରେ ଗିରିଡିପଲ୍ଲୀ ପଞ୍ଚାୟତ ଝାଡସାହି ଠାରେ ଚାଷୀ ମାନଙ୍କୁ ଅନୁରୁପ ତାଲିମ୍ ପ୍ରଦାନ କରାଯାଇଥିଲା ।
ରାଜ୍ୟ
କୀଟନାଶକ ଔଷଧର ସୁରକ୍ଷିତ ବ୍ୟବହାର କର୍ମଶାଳା
- Hits: 105