ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--ବିଦେଶରୁ ମାତୃଭୂମିର ଚିନ୍ତା ।ଏଥିପାଇଁ ଦରକାର ସାଧନା ଓ ଇଚ୍ଛା ଶକ୍ତି ।ଏପରି ଏକ ଉଦାହରଣ ହେଉଛି ମୁଳିଆ ସ୍ମାରକ ଛାତ୍ରବୃତ୍ତି ।ସୁଦୂର ୟୁ.ଏସ.ଏରେ ରହି ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଡଃ ଦାମୋଦର ସାହୁ ନିଜ ମାତୃଭୂମିର ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ କିଛି କରିବା ପାଇଁ ଆରମ୍ଭ କରିଥିଲେ ମୁଳିଆ ସ୍ମାରକ ଛାତ୍ରବୃତ୍ତି ।ଗତ ୫ ବର୍ଷ ପୁର୍ବେ ଏହାର ଶୁଭାରମ୍ଭ ହୋଇଥିବା ବେଳେ ପ୍ରଥମ ବର୍ଷ କେବଳ ୩ ଜଣଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା ।କିନ୍ତୁ ଆଜି ଏହା ବ୍ଳକ ସ୍ତରୀୟ ହୋଇ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୨୬ ଜଣ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି ।ନାଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ଘଡେ଼ଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।ଶିକ୍ଷା ହିଁ ସଫଳତା ର ଚାବିକାଠି ।ଛାତ୍ର ଜୀବନରେ
ସଂଘର୍ଷକୁ ଡରି ପଛଘୁଞ୍ଚା ନ ଦେବା ଓ ନିଜ ଉଜ୍ବଳ ଭବିଷ୍ୟତ ପାଇଁ ସୁଚିନ୍ତିତ ଯୋଜନା ଦ୍ୱାରା ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଶ୍ରୀ ବିଷୋୟୀ ଛାତ୍ରଛାତ୍ରୀ ମାନଙ୍କୁ ମୁଲ୍ୟବାନ ପରାମର୍ଶ ଦେଇଥିଲେ ।ଶିକ୍ଷାକୁ ଆଗେଇ ନେବା ପାଇଁ
ମୁଳିଆ ସ୍ମାରକ ବୃତ୍ତି କାର୍ଯ୍ୟକ୍ରମ ଏହି ବେଲଗୁଣ୍ଠା ତଥା ଗଞ୍ଜାମ ଜିଲ୍ଲାରେ ଶିକ୍ଷାର ବିକାଶର ଏକ ମାଇଲଖୁଣ୍ଟ ବୋଲି ମଧ୍ୟ ସେ ବକ୍ତବ୍ୟ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାଃ ବିଜୟ କୁମାର ପଣ୍ଡା,ସମ୍ମାନୀତ ଅତିଥି ଭାବରେ ଯୁବ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ,ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ବେଲଗୁଣ୍ଠା ଏନ୍.ଏ ସି,କାଉନସିଲର ଦିବ୍ୟ ରଞ୍ଜନ ଦାଶ,ନାଟେଙ୍ଗା ପୁର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା,ସମିତି ସଭ୍ୟ ବିଭୁପାଦ ଜେନା ଯୋଗ ଦେଇଥିବା ବେଳେ ମୁଳିଆ ସ୍ମାରକ କୋର୍ କମିଟିର ମୁଖ୍ୟ ଉପଦେଷ୍ଟା ତଥା ଶିକ୍ଷାବିତ୍ ଚନ୍ଦ୍ରଭାନୁ ପାଢ଼ୀ, ହାଇକୋର୍ଟ ଆଇନଜୀବୀ ଓଁ ପ୍ରକାଶ ସାହୁ, ପ୍ରେସ୍ କ୍ଳବ ବେଲଗୁଣ୍ଠା ଉପସଭାପତି ପ୍ରଭାତ କୁମାର ସାହୁ, ଓ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ ।ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଦେଶରେ ରହି ନିଜ ମାତୃଭୂମି ପାଇଁ ଚିନ୍ତା କରିବା ଏବଂ ତାକୁ କାର୍ଯ୍ୟକ୍ଷମ କରିବା ନିଶ୍ଚିତ ଭାବରେ ଅଞ୍ଚଳ ପ୍ରତି ଗର୍ବର ବିଷୟ ବୋଲି କହିବା ସହିତ ଦାମୋଦର ସାହୁ ଘୁମୁସର ଅଞ୍ଚଳ ତଥା ଗଞ୍ଜାମ ଜିଲ୍ଲା ପାଇଁ ଉଦାହରଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିବା ସହିତ ଶିକ୍ଷା ହିଁ ସମଗ୍ର ମାନବ ଜାତିକୁ ଉପଯୁକ୍ତ ସଂସ୍କାର ପ୍ରଦାନ କରିବ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ ।ସ୍ୱପ୍ନ ଦେଖ,ହେଲେ ଏହାକୁ ସତ୍ୟ ରେ ପରିଣତ କରିବା ଓ ନିଜ ଭବିଷ୍ୟତ ଗଠନ କରିବାରେ ଅକ୍ଳାନ୍ତ ପରିଶ୍ରମ କରିବା ।ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହି ମଧ୍ୟ ନିଜ ପିତା ସ୍ୱର୍ଗତ ମୂଳିଆ ସାହୁଙ୍କ ନାମରେ ଛାତ୍ରବୃତ୍ତି ଆରମ୍ଭ କରି ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା କରିବା ବିଦ୍ୟାଳୟ ପାଇଁ ଗର୍ବର କଥା ବୋଲି ଆଲୋଚନା ହୋଇଥିଲା ।ଡଃ ଦାମୋଦର ସାହୁ ଭିଡିଓ କନଫରେନ୍ସି ଜରିଆରେ ବିଦେଶରୁ ଛାତ୍ରଛାତ୍ରୀ ଓ ଅଭିବାବକ ମାନଙ୍କ ସହିତ ଭାବର ଆଦାନ ପ୍ରଦାନ କରି ନିଜ ଛାତ୍ର ଜୀବନ ଭାବବିହ୍ୱଳ ପୁର୍ଣ ଅନୁଭୂତି ପ୍ରଦାନ କରିଥିଲେ ।ଜି.ଟି ହାଇସ୍କୁଲର ପୁରାତନ ଛାତ୍ର ଦାମୋଦର ନିଜ ଛାତ୍ର ଜୀବନରେ ବହୁ ଆର୍ଥିକ ବାଧାବିଘ୍ନର ସମ୍ମୁଖୀନ ହୋଇମଧ୍ୟ ନିଜ ପରିଶ୍ରମ, ଇଛାଶକ୍ତି ଓ ଅଧ୍ୟବସାୟ ଫଳରେ ଆଜି ଆମେରିକାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ବାର ବର୍ଷ କାର୍ଯ୍ୟ କଲା ପରେ ଡାଟା ସେଫ୍ ଗାର୍ଡ ନାମକ ଏକ କମ୍ପାନୀର ପ୍ରତିଷ୍ଠାତା ।ନିଜ ହୃଦୟର ପ୍ରତିଟି ସ୍ପନ୍ଦନରେ ସେ ଓଡ଼ିଆ ବାସ୍ନା ଅନୁଭବ କରୁଥିବା ଦାମୋଦର ନିଜ କମ୍ପାନୀରେ ବିଶେଷ କରି ଓଡିଆ ଯୁବକଯୁବତୀ ମାନଙ୍କୁ ନିଯୁକ୍ତି ଦେବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ ।ଏହି ବୃତ୍ତି ଜରିଆରେ ମୁଳିଆ ସ୍ମାରକୀ ତରଫରୁ ବେଲଗୁଣ୍ଠା ବ୍ଳକର ବିଭିନ୍ନ ବିଦ୍ୟାଳୟର ମେଧାବୀ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହିତ ୫ ହଜାର ଟଙ୍କା ଲେଖାଏଁ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ୍ କରା ଯାଇଥିଲା ।ଏଥି ସହିତ ଗତବର୍ଷ ମେଟ୍ରିକ୍ ପରୀକ୍ଷାରେ ଗଞ୍ଜାମ ଜିଲ୍ଲାରେ ଟପର ହୋଇଥିବା ଅବିନାଶ ବୈଦ୍ୟଙ୍କୁ ସ୍ୱତନ୍ତ୍ର ଭାବେ ବିଧାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।
ତତ୍ ସହିତ ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ନାଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ସମସ୍ତ କର୍ମକର୍ତ୍ତାଙ୍କୁ କୋର୍ କମିଟି ଦ୍ବାରା ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।ଏହି ଅବସରରେ ନେଟେଙ୍ଗା ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ ।ଛାତ୍ରଛାତ୍ରୀ ମାନେ ଓ ସେମାନଙ୍କ ଅଭିବାବକ ବୃନ୍ଦ ଡଃ ସାହୁଙ୍କୁ ଏହି ମହତାକାଂକ୍ଷା ପାଇଁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନିଧି ଶିବରାମ ଚୌଧୁରୀ,ନାରାୟଣ ପଣ୍ଡା, ଏ.ମନୋଜ କୁମାର ପାତ୍ର,ପଞ୍ଚାନନ ସାହୁ,ସନ୍ତୋଷ କୁମାର ବିଷୋୟୀ, ଶିକ୍ଷାବିତ୍ତ ରାମକୃଷ୍ଣ ପାତ୍ର,
ଓ ବିଦ୍ୟାଳୟର ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ମୁଳିଆ ସ୍ମାରକ କୋର୍ କମିଟି ସଦସ୍ୟ ଓଁ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଷଷ୍ଠ ମୁଳିଆ ସ୍ମାରକୀ ଛାତ୍ରବୃତ୍ତି-ଶିକ୍ଷା କ୍ଷେତ୍ରରେ ମୁଳିଆ ସ୍ମାରକ ଛାତ୍ର ବୃତ୍ତି ଏକ ମାଇଲଖୁଣ୍ଟ:ବିଧାୟକ
- Hits: 11