ହେଡଲାଇନସ୍:

ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ଡିଜିଟାଲ ଦାନ ଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରକୁ ଦାନ ପାଇଁ ଡିଜିଟାଲ ଦାନ ଗ୍ରହଣ ବ୍ୟବସ୍ଥା ରବିବାର ଶୁଭାରମ୍ଭ ହୋଇଛି । ଏହାକୁ ବ୍ୟବହାର କରି ଶ୍ରଦ୍ଧାଳୁମାନେ ଯିଏ ଯେଉଁଠାରେ ରହି ଯେତେବେଳେ ଚାହିଁବେ ନିଜର ଇଚ୍ଛିତ ଦାନ ଅର୍ଥ ପ୍ରଦାନ କରିପାରିବେ । ଫଳରେ ହୁଣ୍ଡିବାକ୍ସ ଚୋରି ଭଳି ଘଟଣାର ଭୟ ଦୁରହେବା ସହିତ ଅର୍ଥ ସୁରକ୍ଷିତ ଭାବେ ମନ୍ଦିରର ଜମା ଖାତାରେ ପହଁଞ୍ଚି ପାରିବ । ଫଳରେ ପ୍ରତି ୪ ମାସ ରୁ ୬ ମାସରେ ଥରେ ଲେଖାଏଁ ହୁଣ୍ଡିବାକ୍ସ ଖୋଲାଯାଇ ୧୦ ରୁ ୧୨ ଜଣ ଲୋକ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କରୁଥିବା ଗଣତିରୁ କେତେକାଂଶରେ ଅବ୍ୟାହତି ମିଳିବ ବୋଲି ମନ୍ଦିର ପ୍ରଶାସନ ତରଫରୁ ଜଣାଯାଇଛି ।

0
0
0
s2sdefault