ହେଡଲାଇନସ୍:

ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ଗଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ/ ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ ରାମପୁର ଠାରେ ଥିବା ହରିଚନ୍ଦ ଅଗ୍ରୱାଲଙ୍କ ଶାଗୁଆନ ଗଛ ବଗିଚାରେ କାମ କରୁଥିବା ବେଳେ ଜଣେ 45 ବର୍ଷୀୟା ଜଣକ ମୃତ ହୋଇଥିବା ସୂଚନା ମିଳିଛି ! ମୃତକ ବ୍ୟକ୍ତି ଜଣକ ଯଦୁମଣି ପୁଟେଲ(45) ! କୁତମୁଣ୍ଡା ଗ୍ରାମର ଭଗବତୀଆ ପୁଟେଲଙ୍କ ପୁଅ ବୋଲି ଜଣା ପଡିଛି ! ସକାଳ ସମୟରେ ଇଲେକ୍ଟ୍ରି ଭାଇବ୍ରେଟରରେ କାମ କରୁଥିବା ବେଳେ ଏକ ଇଲେକ୍ଟ୍ରି ତାର ସଂସ୍ପରେ ଆସି ଗୁରୁତର ହେବାରୁ ପାଟଣାଗଡ ଡାକ୍ତରଖାନା କୁ ଆଣିଥିଲେ ! ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ! ଏ ସଂକ୍ରାନ୍ତରେ ପାଟଣାଗଡ ପୋଲିସ କେଶ ନଂ. ୟୁଡି 26/2025 ରେ ଏକ ଅପମୃତ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିଲେ ! ପରିବାର ଏକ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ସାହାଯ୍ୟ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି !

0
0
0
s2sdefault