ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାୟଗଡ଼ା ଜିଲ୍ଲା ଗୁଣପୁର କୋର୍ଟ ଛକରେ ମା ଦକ୍ଷୀଣ କାଳୀଙ୍କ ପୂଜା ପାଇଁ ଶୁକ୍ରବାର ସନ୍ଧ୍ୟାରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ସଭାପତି ରାଧା କୃଷ୍ଣ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି ବୈଠକ ରେ ଆସନ୍ତା ଅଗଷ୍ଟ ୨୮ ତାରିଖ ୯ ଘଟିକା ରେ ପ୍ରତିବର୍ଷ ପରି ନୂଆ ଖାଇ ଦିନ ଶୁଭ ଖୁଣ୍ଟି ସ୍ଥାପନ କରିବାକୁ ନିଷ୍ପତି ହୋଇଥିଲା । ଏହା ସହ ମା ଙ୍କ ପୂଜା ଆସନ୍ତା ୨୦ /୧୦/ ୨୦୨୫ ରୁ ସାତ ଦିନ ଧରି ଧୁମ୍ ଧାମ ରେ କରିବାକୁ ବୈଠକ ରେ ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଫଳତା ର ସହ କରିବା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ଦିନ ବୈଠକ କରି ବିଭିନ୍ନ କମିଟି ଗଠନ କରିବା ସହ ପୂଜା ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିବା ପାଇଁ ସ୍ଥିର କରାଯାଇଛି। ଏହି ବୈଠକ ରେ କମିଟି ର ବରିଷ୍ଟ ସଦସ୍ୟ ଗଣେଶ୍ୱର ଶତପଥୀ , ନରସିଂହ ଶତପଥୀ , ବିମଳ ମିଶ୍ର, ଟୁକୁରୁ ପାଣିଗ୍ରାହୀ ,ଅଜିତ ପଣ୍ଡା , ମୁନା ପାଢ଼ୀ, ବାବୁଲି ଖାଡ଼ାଙ୍ଗା ବିରଞ୍ଚି ପାଣିଗ୍ରାହୀ , ଡମ୍ବୁରୁ ନାୟକ, ଦନାର୍ଦନ ମହାପାତ୍ର ,ଶ୍ରୀନିବାସ ସାହୁ, ସୁନା ବେହେରା ,ବିଜୟ କୁମାର ସୁମାମୁଦି, କାଳିଆ ରଥ , ଅଜିତ ପଣ୍ଡା , ଅଶୋକ ସାହୁ ଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ ।