ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ସହର କପିଳପୁର ଅଞ୍ଚଳ ରେ ଚାଲିଥିବା ବେଆଇନ୍ କ୍ଲିନିକ୍ ଶନିବାର ଜିଲା ପ୍ରଶାସନ ସିଲ୍ କରିଛନ୍ତି l ଜିଲ୍ଲା ଚିକିତ୍ସା ଅଧିକାରୀ ବି. ସରୋଜିନୀ ଦେବୀ ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମମତା ସାହୁ, ଗୁଣପୁର ଏସ ଡି ପି ଓ ବାବୁଲି ନାୟକ ,ପଦ୍ମପୁର ତହସିଲଦାର୍ ଶଙ୍କର ବାଗ ମାଜିଷ୍ଟ୍ରେଟ ଙ୍କ ନେତୃତ୍ବ ରେ ଚଢ଼ାଉ ହୋଇଥିଲା l ନିୟମ ଅନୁସାରେ ଏହି ଚିକିତ୍ସାଳୟ ର ପଞ୍ଜିକରଣ ନଥିବା ଅଭିଯୋଗ ହୋଇଥିଲା। ବେଆଇନ ଭାବରେ ଦୀର୍ଘ ବର୍ଷ ହେଲା କିପରି ଚାଲିଥିଲା ଏହି ଲକ୍ଷ୍ମଣ ଲାବଣ୍ୟ ଚିକିତ୍ସାଳୟ ଏବଂ ଗବେଶଣା କେନ୍ଦ୍ର ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି I ଚଢାଉ ସମୟ ରେ ଗୁଣପୁର ପୋଲିସ, ଅଗ୍ନିଶମ ବିଭାଗ ମଧ୍ୟ ଉପସ୍ଥିତ ରହିଥିଲେ l
ଦୀର୍ଘ ବର୍ଷ ହେଲା ଏହି କ୍ଲିନିକ ଚାଲିଥିବାବେଳେ ଗତ ସରକାର କିମ୍ୱା ପ୍ରଶାସନ ର କିପରି ଦୃଷ୍ଟି ପଡ଼ିଲା ନାହିଁ ତାହା ତଦନ୍ତ ସାପେକ୍ଷ l ଦୀପକ କୁମାର ପଣ୍ଡା ଏହି କ୍ଲିନିକ୍ କିପରି ବେଆଇନ ଭାବେ ଚଳାଇଥିଲେ ତାହା ବିରାଟ ପ୍ରଶ୍ନ ବାଚି ସୃଷ୍ଟି କରିଛି l ସହରରେ ବେଆଇନ ଭାବେ ଚାଲିଥିବା ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ଏଵଂ ପାଥାଲଜୀ ଉପରେ ପ୍ରଶାସନ ଚଢାଉ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା l