ଓଡ଼ଗାଁ,୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସୁଶ୍ରୀ କିର୍ତ୍ତିଅର୍ଜିତାଙ୍କ ଧାରାବାହିକ ଭାବେ ଜିଲ୍ଲା ସ୍ତରୀୟ ସଫଳତା ପାଇ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି । ସେ ଚଳିତବର୍ଷ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ପ୍ରଥମ ହୋଇଥିବା ବେଳେ ଅବକାରୀ ବିଭାଗ ଦ୍ଵାରା ଆୟୋଜିତ ନିଶା ନିବାରଣ ପ୍ରବନ୍ଧ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ହୋଇ ପୁରସ୍କୃତ ହୋଇଛନ୍ତି । ଏଥିସହିତ ବିଗତ ବର୍ଷ ୨୦୨୪ ମସିହାରେ ସ୍ୱଚ୍ଛ ଭାରତ ଅଭିଯାନ, ନାରୀ ସଶକ୍ତିକରଣ, ସର୍ବଶିକ୍ଷା ଅଭିଯାନ, ବାଳିକା ସଶକ୍ତିକରଣର ସହିତ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ମଧ୍ୟ ପ୍ରଥମ ହୋଇ ସମ୍ମାନିତ ହୋଇଥିଲେ । ତାଙ୍କର ଧାରାବାହିକ ସଫଳତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଓଡ଼ଗାଁ ବୁଦ୍ଧିଜିବୀ ମହଲରରୁ ଅନେକ ପ୍ରଶଂସା ମିଳିଛି ।
ରାଜ୍ୟ
ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ସଫଳତା
- Hits: 48