ହେଡଲାଇନସ୍:

କେନ୍ଦୁଝର ଗଣ ଦୁଷ୍କର୍ମ ଓ ହତ୍ୟା ନେଇ ପୀଡ଼ିତା ଘରେ ପୁଣି ଉଚ୍ଚସ୍ତରୀୟ କଂଗ୍ରେସ ଟିମ ପହଞ୍ଚିଲା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଘଟଣାସ୍ଥଳ ବୁଲି ପୋଲିସ ତଦନ୍ତ ନେଇ ଆଶ୍ଚର୍ଯ୍ୟ ହେଲେ।         

ସନ୍ଦେହରେ ପୋଲିସର ତଦନ୍ତ , ଏହି ସଂଗୀନ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ସିଧା ହସ୍ତକ୍ଷେପ ଲୋଡିଲେ ଜୟଦେବ 

କେନ୍ଦୁଝର,ତା୧୯/୬- ଆଜି ରାଜ୍ୟ କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନାଙ୍କ ନେତୃତ୍ୱରେ ପୁଣି ଏକ କଂଗ୍ରେସ ଟିମ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମର ହତ୍ୟା ଦୁଷ୍କର୍ମ ଶିକାର ହୋଇଥିବା ନାବାଳିକା ଘରେ ପହଂଚିଛି। ୧୬ ତାରିଖ ରାତିରେ ଆଦିବାସୀ ନାବାଳିକା ଝିଅ ମମତାକୁ ଘରୁ ଡାକି ନେଇ ଦୁଷ୍କର୍ମ ଓ ହତ୍ୟା କରାଯାଇ ଥିବାର ଗମ୍ଭୀର ଆରୋପ ଆସିଛି। ପୋଲିସ ଏଥି ମଧ୍ୟରେ ମୁଖ୍ୟ ଆରୋପିକୁ ଧରି ନେଇଥିଲେ ମଧ୍ୟ ଗିରଫ କରିବା ନେଇ ସ୍ପଷ୍ଟ କରି ନଥିବାରୁ ପରିବାର ଲୋକେ ଭୟରେ ଥରହର ହେଉଛନ୍ତି। ଗାଁ ଛକରେ ମେଳି କରୁଥିବା ଅସାମାଜିକ ଲୋକ କିଛି ମିଶି ଏହି ଆଦିବାସୀ ନାବାଳିକାକୁ ମିଶି ଦୁଷ୍କର୍ମ ଓ ହତ୍ୟା କରିଥିବା ସନ୍ଦେହ ହେଉଛି। ଏହିକଥା ଗାଁ ଲୋକେ ଭୟରେ ପ୍ରତିନିଧି ଦଳକୁ କହିଥିଲେ ସେମାନେ ନିଜର ସୁରକ୍ଷା ମାଗିଛନ୍ତି। ଜୟଦେବ ବାବୁ ଏହି ସଂଗୀନ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସିଧା ହସ୍ତକ୍ଷେପ ଲୋଡିଛନ୍ତି। ଆଜି ପୀଡ଼ିତାର ବାପା ମାଆ କାନ୍ଦି କାନ୍ଦି ଘଟଣା ସମ୍ପର୍କରେ ସମସ୍ତଙ୍କୁ କହିଥିଲେ ସିବିଆଇ ତଦନ୍ତ ସହ ସେମାନେ ଅପରାଧୀଙ୍କୁ ଧରି ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି। ତେବେ ଶ୍ରୀ ଜେନା ଓ ଅନ୍ୟ ମାନେ ସାମ୍ବାଦିକଙ୍କ ସହ ମିଶି ଯାଇ ହତ୍ୟାକାଣ୍ଡ ସ୍ଥଳ ଦେଖିଥିଲେ ଯେଉଁ ସଜନା ଗଛରେ ଝିଅକୁ ଝୁଲାଇ ଦିଆ ଯାଇଥିଲା। ଗଛ ତଳେ ଏବେ ବି ଝିଅକୁ ଝୁଲା ଯାଇଥିବା ଲାଲ ଦଉଡି ପଡ଼ି ରହିଥିବା ସମସ୍ତେ ଦେଖିଲେ ଯାହାକୁ ପୋଲିସ ଏଯାଏ ଜବତ କରିନାହିଁ। ତେଣୁ ପୋଲିସ ତଦନ୍ତ ନେଇ ସମସ୍ତେ ସନ୍ଦେହ ପ୍ରକାଶ କରିଛନ୍ତି ଘଟଣା ଘଟିବାର ତିନି ଦିନ ବିତିବା ପରେ ମଧ୍ୟ ଏଯାଏ ପୋଲିସ ସମସ୍ତ ଗିରଫଦାରି ନେଇ ସ୍ପଷ୍ଟ କରୁ ନଥିବାରୁ ସନ୍ଦେହ ଓ ଭୟ ବଢ଼ି ଚାଲିଛି। ପୀଡ଼ିତା ପରିବାରକୁ ନ୍ୟାୟ ସହ ଏବେ ତୁରନ୍ତ ଆର୍ଥିକ ସହାୟତା ଓ ଆବାସ ଘର ସରକାର ଯୋଗାଇ ଦେବାକୁ ଶ୍ରୀ ଜେନା ଦାବି କରିଥିଲେ। ସମସ୍ତ ଅପରାଧୀ ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ଗିରଫ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଆଜି ସେ ଚେତାବନୀ ଦେଇ ପରିବାର ଓ ଗ୍ରାମବାସୀଙ୍କୁ ଆଶ୍ୱସନା ଦେଇଛନ୍ତି। ରାଜ୍ୟ କଂଗ୍ରେସ ଆଦିବାସୀ ସେଲ ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ସିଂହ ଲାଗୁରି, ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ, ସଂଗୀତା ସିଂହ, ସଂଗ୍ରାମ ଦାସ, ସନ୍ତୋଷ ସାହୁ, ରତ୍ନାକର ଜେନା, ସୁଢଳ କୁମାର ସେଠୀ, ଉତ୍ତମ ସାହୁ, ରାଞ୍ଚି ନାୟକ,ଲଳିତ ନାୟକ,ସୁନେଶ ଧୀର, ଶୁଭମ ରାଜ, ପୂର୍ଣ୍ଣ ଦାସ,ହାଡ଼ିବନ୍ଧୁ ଖୁଣ୍ଟିଆ ଆଦି ଅନେକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହି ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

0
0
0
s2sdefault