ଏଚପିଭିସମ୍ବନ୍ଧିତ କର୍କଟ ରୋଗର ମୁକାବିଲା ପାଇଁ ଭୁବନେଶ୍ୱରରେ ଚିକିତ୍ସା ବିଶେଷଜ୍ଞ ସମ୍ମିଳନୀ
ଭୁବନେଶ୍ୱର , ୧୮ ଜୁନ ୨୦୨୫ : ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ନେତୃତ୍ୱରେ ଦେଶବ୍ୟାପୀ ସାର୍ବଜନୀନ ସ୍ୱାସ୍ଥ୍ୟ ପଦକ୍ଷେପର ଅଂଶ ସ୍ୱରୂପ ଆଜି ଭୁବନେଶ୍ୱରରେ "କନକୋର ଏଚପିଭିଏବଂ କ୍ୟାନସର କନକ୍ଲେଭ ୨୦୨୫ " ଆରମ୍ଭ ହୋଇଛି।
ଭାରତ ଏଚପିଭି ସମ୍ବନ୍ଧୀୟ ରୋଗ, ବିଶେଷକରି ଗର୍ଭାଶୟ କର୍କଟ ରୋଗର ଭାର ବହନ କରୁଛି, ଯାହା ଦେଶର ମହିଳାମାନଙ୍କ ମଧ୍ୟରେ ଦ୍ୱିତୀୟ ସାଧାରଣ କର୍କଟ ହୋଇ ରହିଛି। ଏଚପିଭିଏବଂ କର୍କଟ ଉପରେ ଆଇସିଓ /ଆଇଏଆରସି ସୂଚନା କେନ୍ଦ୍ର (୨୦୨୩) ଅନୁଯାୟୀ, ଭାରତରେ ବାର୍ଷିକ ୧.୨୩ ଲକ୍ଷରୁ ଅଧିକ ନୂତନ ଗର୍ଭାଶୟ କର୍କଟ ମାମଲା ଏବଂ ୭୭,୦୦୦ ରୁ ଅଧିକ ମୃତ୍ୟୁ ରିପୋର୍ଟ ହେଉଛି। ଏହା ବ୍ୟତୀତ ପାଖାପାଖି ୯୦% ମଳ କର୍କଟ ଏବଂ ୬୩% ଲିଙ୍ଗ କର୍କଟ ଏଚପିଭିସହିତ ଜଡିତ।
ଭୁବନେଶ୍ୱର କାର୍ଯ୍ୟକ୍ରମରେ, ଚିକିତ୍ସା ବିଶେଷଜ୍ଞମାନଙ୍କର ଏକ ପ୍ୟାନେଲ୍ ଏଚପିଭିର ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରଭାବ ବିଷୟରେ ଏକ ଆଲୋଚନାରେ ସାମିଲ ହୋଇଥିଲେ। ପ୍ୟାନେଲରେ ନିମ୍ନଲିଖିତ ବିଶେଷଜ୍ଞମାନେଉପସ୍ଥିତ ଥିଲେ:
• ଡ଼. ତୁଷାର କର , ପ୍ରଫେସର ଏବଂ ୟୁନିଟ୍ ମୁଖ୍ୟ, ପ୍ରସୂତି ଏବଂ ସ୍ତ୍ରୀରୋଗ ବିଜ୍ଞାନ ବିଭାଗ, ଏସସିବି ମେଡିକାଲ୍ କଲେଜ, କଟକ। ସଭାପତି- ଏଓଜିଓ (୨୦୨୦-୨୪)
• ଡକ୍ଟର ଭାଗ୍ୟଲକ୍ଷ୍ମୀ ନାୟକ ପ୍ରଫେସର - ସ୍ତ୍ରୀ ରୋଗ ଅଙ୍କୋଲୋଜି ବିଭାଗ, ଏଏଚପିଜିଆଇସି , କଟକ। ପରିଚାଳନା ପରିଷଦ ସଦସ୍ୟ, ଆଇସିଜିଓ (୨୦୨୧-୨୪)
• ଡକ୍ଟର ମୃତ୍ୟୁଞ୍ଜୟ ଦାଶ , ପ୍ରଫେସର-ଶିଶୁରୋଗ ବିଭାଗ, ଆଇଏମଏସଏବଂ ସମହସ୍ପିଟାଲ - ସୋଆ (ବିବେଚିତ ବିଶ୍ଵବିଦ୍ୟାଳୟ ), ଭୁବନେଶ୍ୱର। ସେକ୍ରେଟାରୀ ଜେନେରାଲ- ଆଇଏପିଓଏସବି (୨୦୨୫-୨୬)
• ଡ଼. ପ୍ୟାରିଲାଲ ତ୍ରିପାଠୀ , ଓଡ଼ିଶାର କିଶୋରୀ ହସ୍ପିଟାଲ ଏବଂ ଆଇଭିଏଫର ନିର୍ଦ୍ଦେଶକ ଏବଂ ମୁଖ୍ୟ ପ୍ରଜନନ ପରାମର୍ଶଦାତା
• ଡକ୍ଟର ସୁସୃତ ଦାସ ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ - ସମ୍ଭବ: ପ୍ରାରମ୍ଭିକ ଶୈଶବ ବିକାଶ କେନ୍ଦ୍ର। ସଚିବ ଆଇଏପିସିଟି ଶାଖା, ଭୁବନେଶ୍ୱର
ଏହି ଅଧିବେଶନକୁ ଏସିଭିଆଇପିସଦସ୍ୟ (୨୦୨୦-୨୧), ସିଆଇଏପିଇବିସଦସ୍ୟ (୨୦୧୭, ୨୦୨୪)ତଥା ଏସସିବିଏମସିଏବଂ ଏସଭିପିପିଜିଆଇପି, କଟକ ଶିଶୁରୋଗବିଭାଗର ପ୍ରଫେସରଡ଼. ସୁନୀଲ କୁମାର ଅଗ୍ରୱାଲପରିଚାଳନା କରିଥିଲେ । ଆଲୋଚନା ଚକ୍ରରେ ସମସ୍ତେ ଜରୁରୀ ସଚେତନତାର ଆବଶ୍ୟକତା, କିଶୋର ଏବଂ ପିତାମାତା ଉଭୟଙ୍କ ପାଖରେ ପହଞ୍ଚିବାର ଗୁରୁତ୍ୱ ଏବଂ ପ୍ରତିରୋଧକ ଯତ୍ନକୁ ମାର୍ଗଦର୍ଶନ କରିବାରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।
ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ ଯେ ଏଚପିଭିକେବଳ ଗର୍ଭାଶୟ କର୍କଟ ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ଭଲଭା, ଯୋନି, ମଳଦ୍ୱାର, ଯୌନାଙ୍ଗ ଏବଂ ଓରୋଫାରିଙ୍କସର କର୍କଟ ସହିତ ମଧ୍ୟ ଜଡିତ, ଯାହା ପୁରୁଷ ଏବଂ ମହିଳା ଉଭୟଙ୍କୁ ପ୍ରଭାବିତ କରେ। ୧୫ ରୁ ୨୫ ବର୍ଷ ବୟସ ମଧ୍ୟରେ ଏଚପିଭିସଂକ୍ରମଣର ସର୍ବାଧିକ ପରିମାଣରେ ଘଟୁଥିବାରୁ, ପ୍ରାରମ୍ଭିକ ସଚେତନତା ଏବଂ ସମୟୋଚିତ ପ୍ରତିରୋଧକ ପଦକ୍ଷେପ ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ ଉପଲବ୍ଧ ଏକ ସୁଲଭ ଏଚପିଭିଟିକା ସହିତ, ଏଚପିଭିସମ୍ବନ୍ଧିତ କର୍କଟ ରୋଗରୁ ପ୍ରତ୍ୟେକ ବ୍ୟକ୍ତିକୁ ସୁରକ୍ଷା ଦେବା ଆହୁରି ସହଜ ହୋଇଗଲାଣି।
ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶମୁଖ କହିଛନ୍ତି "ଦେଶବ୍ୟାପୀ ଆୟୋଜିତ ଏହି ସମ୍ମିଳନୀ ମାଧ୍ୟମରେ, ଆମେ ହ୍ୟୁମାନପାପିଲୋମାଭାଇରସ୍ (ଏଚପିଭି) ଏବଂ ସର୍ଭାଇକାଲ୍ ଏବଂ ଅନ୍ୟାନ୍ୟ କର୍କଟ ରୋଗ ସହିତ ଏହାର ସମ୍ପର୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ। ଆମେ ଚିକିତ୍ସା ବିଶେଷଜ୍ଞ, ସ୍ୱାସ୍ଥ୍ୟସେବା କର୍ମୀ ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଏକତ୍ରିତ କରି, ଫୋରମ୍ ପ୍ରାରମ୍ଭିକ ଚିହ୍ନଟ ଏବଂ ପ୍ରତିରୋଧ ପାଇଁ ଆଲୋଚନା ଏବଂ ବ୍ୟବହାରିକ ପଦକ୍ଷେପକୁ ଉତ୍ସାହିତ କରିବାକୁ ପ୍ରୟାସ କରିଛୁ । "
ଭୁବନେଶ୍ୱର କନକ୍ଲେଭ ରେ ଉପସ୍ଥିତ ଦର୍ଶକଙ୍କ ସହ ଏକ ଖୋଲା ଆଲୋଚନା ସହିତ ଶେଷ ହୋଇଥିଲା, ଯାହା ଅଭିଯାନର ବ୍ୟାପକ ଲକ୍ଷ୍ୟଯଥା ସୂଚନାମୂଳକ ନିଷ୍ପତ୍ତି ଗ୍ରହଣ ଏବଂ ସମାଜର ସମ୍ପୃକ୍ତି ମାଧ୍ୟମରେ ପ୍ରତିରୋଧଯୋଗ୍ୟ କର୍କଟ ରୋଗର ବୋଝ ହ୍ରାସ କରିବା କୁ ଦୃଢ଼ କରିଥିଲା: । ଆଗାମୀ ମାସଗୁଡ଼ିକରେ ଦେଶର ବିଭିନ୍ନ ସହରଗୁଡ଼ିକରେ ଏହି ପଦକ୍ଷେପ ଜାରି ରହିବ, ଯାହା ଜନସାଧାରଣଙ୍କୁ ଶିକ୍ଷିତ ଏବଂ ସଶକ୍ତ କରିବା ପାଇଁ ସ୍ୱାସ୍ଥ୍ୟସେବାରେ ବିଶ୍ୱସନୀୟ ସ୍ୱର ପାଇଁ ପ୍ଲାଟଫର୍ମ ସୃଷ୍ଟି କରିବ।
ପୁନେରେ ମୁଖ୍ୟାଳୟ ଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ହେଉଛି ବିଶ୍ୱର ସର୍ବବୃହତ ଟୀକା ନିର୍ମାତା ଏବଂ ଭାରତ ଏବଂ ବିଶ୍ୱ ସ୍ତରରେ ସାର୍ବଜନୀନ ସ୍ୱାସ୍ଥ୍ୟକୁ ଆଗକୁ ବଢାଇବାରେ ଦୀର୍ଘକାଳୀନ ଭୂମିକା ଗ୍ରହଣ କରିଛି।