କେନ୍ଦ୍ରରେ ଵିଜେପି ର ୧୧ ବର୍ଷ ଓ ରାଜ୍ୟରେ ୧ ବର୍ଷ ପୂର୍ତ୍ତି ପାଳନ :

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) ସ୍ଥାନୀୟ କନକ ମଞ୍ଜରୀ କଲ୍ୟାଣ ମଣ୍ଡପ ଠାରେ, ବିଜେପି ର ମଣ୍ଡଳ ସ୍ତରୀୟ କର୍ମ ଶାଳା ଅନୁଷ୍ଠିତ ହୋଇଯାଇଅଛି।ଏ ଅଵସରରେ ବିକଶିତ ଭାରତ ଅମୃତ କାଳ ସେବା , ସୁଶାସନ ଏବଂ ଗରୀବ କଲ୍ୟାଣ ରେ,କେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ୧ ବର୍ଷ ପୂର୍ତ୍ତି କୁ ନେଇ ଏକ ବୈଠକ ଆୟୋଜନ କରାଯାଉଥିବା ବେଳେ, ଆଜି ର ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଥିଲେ, ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ , ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଅନୀଲ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଭା୍ରତୀ ବେହେରା , ଖଲ୍ଲିକୋଟ ମଣ୍ଡଳ ଉପ ସଭାପତି ମୁଖ୍ୟ ବକ୍ତା ଶ୍ରୀ ସମ୍ୟକାନ୍ତ ପଣ୍ଡା ଓରଫ୍ ହାପି
ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ଥିବା ବେଳେ, ବିଭିନ୍ନ ପଞ୍ଚାୟତ ର ତଥା ଏନ୍ ଏ ସି ର ନେତା , ନେତ୍ରୀ,ଓ କର୍ମୀ ମାନଙ୍କ ମଧ୍ୟରେ ଥିଲେ, କାହ୍ନୁ ଚରଣ ସେଠୀ, ପାଣ୍ଡବ ପାତ୍ର, ସିମାଞ୍ଚଳ ବେହେରା,ରବିନ୍ଦ୍ର ଲେଙ୍କା, ଦରମା ପଲେଇ, ଲକ୍ଷ୍ମୀ କାନ୍ତ ମହାପାତ୍ର ,କାଜଲ ପାହାନ,ଅଜୟ ରାଉତ, ସୋମନାଥ ମହାରଣା ଙ୍କ ସମେତ ଅନ୍ୟାନ୍ୟ ଜନସାଧାରଣ ମାନେ ଥିଲେ ବୋଲି ଜଣାପଡିଛି।

0
0
0
s2sdefault