ହେଡଲାଇନସ୍:

କ୍ଷେତ୍ର ପରିଦର୍ଶନ ପାଇଁ ତିନି ଜିଲ୍ଲାରେ ପହଞ୍ଚିଲେ ମିଳିତ ବିଶେଷଜ୍ଞ ଦଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର, ୧୯-୦୬ -୨୦୨୫: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ. ଙ୍କ ନିର୍ଦ୍ଦେଶ କ୍ରମେ ଆଜି କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ତିନିଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ମିଳିତ ବିଶେଷଜ୍ଞ ଦଳ ପହଞ୍ଚି ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି l ଯାଜପୁର ଜିଲ୍ଲା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର, କେନ୍ଦ୍ରୀୟ ଟିମର ଡକ୍ଟର ଏନ ସୋମାଲକର. ଓ ଭାରତୀୟ ଖାଦ୍ଯ ସୁରକ୍ଷା କର୍ତ୍ତୁପକ୍ଷ ଅଧିକାରୀମାନେ ସଦସ୍ୟ ରହିଛନ୍ତି l କଟକ ଜିଲ୍ଲା ପାଇଁ କେନ୍ଦ୍ରୀୟ ଟିମର ଡକ୍ଟର ବି ଦ୍ଵିବେଦୀ ଓ ଡକ୍ଟର ଏସ ମହାନ୍ତି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ପ୍ରମିଳା ବରାଳ ସଦସ୍ୟ ଭାବରେ ରହିଛନ୍ତି l ଭଦ୍ରକ ଜିଲ୍ଲାରେ ଡକ୍ଟର ପି ଘୋଷ ଓ ଡକ୍ଟର ଜି ଚୌଧୁରୀ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଶୁଭାଶିଷ ମହାନ୍ତି ସ୍ଥିତି ସମୀକ୍ଷା କରୁଛନ୍ତି l
ଏହି ଟିମ ମାନେ ସମ୍ପୃକ୍ତ ଜିଲ୍ଲା ମାନଙ୍କରେ ଡାଇରିଆ ମୁକାବିଲା ଓ ନିରାକରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଅନୁଧ୍ୟାନ କରୁଛନ୍ତି l ପ୍ରାପ୍ତ ସୂଚନା ଅନୁସାରେ, ଟିମମାନେ ମୁଖ୍ୟତଃ ପାନୀୟ ଜଳ ସ୍ରୋତ ଗୁଡ଼ିକର ବିଶୋଧିକରଣ, ପାଣି ଫୁଟେଇ ବ୍ୟବହାର କରିବାପାଇଁ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମ, ଡାକ୍ତରଖାନାରେ ପ୍ରୋଟୋକଲ ଅନୁସାରେ ରୋଗୀମାନଙ୍କ ଚିକିତ୍ସା, ରୋଗୀମାନଙ୍କ ବିଷୟରେ ସଠିକ ତଥ୍ୟ ସଂଗ୍ରହ ଓ ବ୍ଲକୱାରୀ ଡାଇରିଆ ସ୍ଥିତିର ଅନୁଶୀଳନ କାର୍ଯ୍ୟ ଜାରି ରଖିଛନ୍ତି l

ସ୍ଥିତିକୁ ଲକ୍ଷ୍ୟକରି କ୍ଷେତ୍ର ସ୍ତରୀୟ ଟିମ ଏବଂ ଡାକ୍ତରମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି l କ୍ଷେତ୍ର ପରିଦର୍ଶନ ପରେ ଏହି ମିଳିତ ବିଶେଷଜ୍ଞ ଟିମ ଗୁଡିକ ସମ୍ପୃକ୍ତ ଜିଲ୍ଲାରେ ଗତକାଲି ଗଠନ ହୋଇଥିବା କୋର କମିଟି ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ସହଯୋଗ କରିବେ l

0
0
0
s2sdefault