ପଦ୍ମପୁର :- ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମିଶ୍ରଣ ପର୍ବ ପଦ୍ମପୁର ଅଶୋକ ପଡିଆଠାରେ ଅନୁଷ୍ଠିତ ହୋଇଥିଲା। ବରଗଡ଼ ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସମ୍ମାନିତ ଅତିଥି ଭାବରେ ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ, ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ, ବରଗଡ଼ ଜିଲା ସଭାପତି ଅରୂପାନନ୍ଦ ସାହୁ, ସାଧାରଣ ସଂପାଦକ ସରୋଜ ପାଣିଗ୍ରାହୀ, ଜିଲା ପରିଷଦ ସଭ୍ୟା ସରସ୍ବତୀ ସାହୁ ସମେତ ବହୁ ନେତା ଉପସ୍ଥିତ ଥିଲେ। ପଦ୍ମପୁର ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରୀତମ ମେହେର, ବିଜେଡି ବ୍ଳକ ସଭାପତି ପରମାନନ୍ଦ ସାହା, ପୂର୍ବତନ ଏନଏସି ଅଧ୍ୟକ୍ଷା ମିନାକ୍ଷୀ ମେହେର ସମେତ ବିଜେଡି ସମର୍ଥିତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ବିଜେଡିର ତୁଙ୍ଗ ନେତା ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।
ରାଜ୍ୟ
ବିଜେପି ର ମିଶ୍ରଣ ପର୍ବ ଅନୁଷ୍ଠିତ ।
- Hits: 238