ହେଡଲାଇନସ୍:

"ଏସଇବିସି ସଂରକ୍ଷଣ ଓବିସି ସଂରକ୍ଷଣ ନୁହେଁ, ଓବିସିଙ୍କୁ ଅଲଗା ୨୭% ଦିଆଯାଉ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, ତା ୧୭ ମେ ୨୦୨୫ - ନିକଟ ଅତୀତରେ କେନ୍ଦ୍ର ସରକାର ଦେଶର ଜାତିଗତ ଜନଗଣନା କରିବାକୁ କେବିନେଟରେ ନିସ୍ପତି ନେଇଥିବାରୁ ରାଜ୍ୟ ଓବିସି ମଂଚ ଓଡିଶା ତରଫରୁ ସାଧୁବାଦ । ବିଳମ୍ବରେ ହେଲେ ହେଁ ଏହା ସ୍ୱାଗତ ଯୋଗ୍ୟ । ଯଥାଶିଘ୍ର ଜାତି ଜନଗଣନା କରାଇ ଶିକ୍ଷା(ସରକାରୀ ଓ ବେସରକାରୀ ଅନୁଷ୍ଠାନରେ), ଚାକିରୀ( ସରକାରୀ ଓ ବେସରକାରୀ କ୍ଷେତ୍ରରେ) ତଥା ରାଜନୀତିରେ ସମାନୁପାତିକ ପ୍ରତିନିଧିତ୍ୱ ଦେବା ଆଶା କରୁଁ । ପୁନଃ ୧୪ ମେ ୨୦୨୫ ଦିନ ଓଡିଶା ରାଜ୍ୟ ସରକାର ଏସଇବିସିଙ୍କୁ ସରକାରୀ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ଘୋଷଣାକୁ ରାଜ୍ୟ ଓବିସି ମଂଚ ସ୍ୱାଗତ କରେ । ଏହାଦ୍ୱାରା ଏସଇବିସି ଛାତ୍ର ଓ ଯୁବକମାନେ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଉପକୃତ ହେବେ । କିନ୍ତୁ ଦୁଃଖ ଏହି ଯେ ଓଡିଶା ରାଜ୍ୟ ସରକାର ମଣ୍ଡଳ କମିସନ ସୁପାରିଶ ଲାଗୁ ହେବା ଦିନ ଠାରୁ ଏଯାବତ୍ ୩୧ ବର୍ଷ ହେଲା ଓବିସିଙ୍କୁ ସବୁ କ୍ଷେତ୍ରରେ ଶୂନ ସଂରକ୍ଷଣ ଦେଇ ଅଣଦେଖା କରି ଆସିଛନ୍ତି । ସ୍ପଷ୍ଟ କରିଦେବାକୁ ଚାହେଁ ଏସଇବିସି ସଂରକ୍ଷଣ ଓବିସି ସଂରକ୍ଷଣ ନୁହେଁ । କାରଣ ରାଜ୍ୟରେ ଦୁଇଟି ପଛୁଆ ବର୍ଗ ତାଳିକା ରହିଛି ଓ ଏହି ଦୁଇ ତାଳିକା ସମାନ ନୁହେଁ । ଯଥା – ୧) ଓବିସି, ମଣ୍ଡଳ କମିଶନ ନିର୍ଦ୍ଧାରିତ ଓଡିଶାର ୨୦୦ଟି ଜାତିକୁ ନେଇ ତାଲିକା ଓ ୨) ଏସଇବିସି, ଯାହା ଓଡିଶା ରାଜ୍ୟ ସରକାର ଗଠିତ ଦାସ କମିଶନ ନିର୍ଦ୍ଧାରିତ ୨୧୦ଟି ଜାତିବିଶିଷ୍ଟ ତାଲିକା, ଯେଉଁଥିରେ ୨୦୦ଟି ଓବିସି ଜାତି ତାଲିକା ସହ ୧୦ଟି ଅଣଓବିସି, ସାଧାରଣ ବର୍ଗର ଜାତିଙ୍କୁ ଯୋଡାଯାଇଛି । ଅର୍ଥାତ୍ ଏସଇବିସି ହେଲା ଓବିସି ଯୁକ୍ତ ସାଧାରଣ ବର୍ଗ । ଫଳରେ ଏସଇବିସି ବର୍ଗରେ ଓବିସି ଛାତ୍ର/ଯୁବକଙ୍କୁ ଚାକିରୀଟିଏ ପାଇବାକୁ ଅଣଓବିସି, ସାଧାରଣ ବର୍ଗର ଛାତ୍ର/ଯୁବକଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ହେଉଛି ଓ ବିଫଳ ହେଉଛନ୍ତି । ଯେହେତୁ ଏସଇବିସିରେ ଥିବା ଅଣଓବିସିମାନେ ସବୁ ଆରକ୍ଷଣକୁ ହାତେଇ ନେବା ସ୍ୱାଭାବିକ । ଅର୍ଥାତ୍ ଓବିସି ପିଲା ଓଡିଶାରେ କେବଳ ସାର୍ଟିଫିକେଟ ପାଏ, ଚାକିରୀ ନୁହେଁ । ଉଚ୍ଚଶିକ୍ଷାରେ ସଂରକ୍ଷଣ ଲାଗୁହେଲେ ସେହି ସମାନ ଦଶା ହିଁ ହେବ । ଏହି ସାଧାରଣ ମାନସାଙ୍କକୁ ଜାଣିଶୁଣି ସବୁ ରାଜନୈତିକ ଦଳର ସରକାର ମାନେ ନବୁଝିଲା ପରି ଓବିସିଙ୍କୁ ସାମ୍ବିଧାନିକ ହକ୍ରୁ ବେଦଖଲ କରି ଆସୁଛନ୍ତି । ଏହା କଟୁ ହେଲେ ବି ସତ୍ୟ । ତେଣୁ ଓଡିଶା ରାଜ୍ୟ ସରକାରଙ୍କୁ ବିନମ୍ର ଅନୁରୋଧ ଯେ ଦୀର୍ଘଦିନ ଧରି ଅବହେଳିତ ହୋଇ ଆସିଥିବା ଓଡିଶାର ଓବିସି ଛାତ୍ର ଓ ଯୁବକଙ୍କୁଏସଇବିସି ଠାରୁ ଅଲଗ କରି ହାଲ୍କୁ ଅନ୍ୟୁନ ୨୭% ଆରକ୍ଷଣ ଦିଅନ୍ତୁ । କେନ୍ଦ୍ର ସରକାରଙ୍କ ଅନୁରୂପ ଓବିସିଙ୍କୁ ରାଜ୍ୟସରକାର ମେଡିକାଲ ଓ ଇଞ୍ଜିନିଅରିଂ ସିଟରେ ବି ୨୭% ସଂରକ୍ଷଣ ଦିଅନ୍ତୁ । ଏସଇବିସି ବର୍ଗ ରାଜ୍ୟ ସରକାର ସୃଷ୍ଟି କରିଥିବାରୁ ସେହି ଅଣଓବିସି ୧୦ଟି ଜାତିକୁ ଅଲଗ ସଂରକ୍ଷଣ ଦେବାରେ ରାଜ୍ୟ ସରକାରଙ୍କୁ କୌଣସି ବାଧା ନାହିଁ । ତାମିଲନାଡୁରେ ୩୦%+୨୦%=୫୦% ଓ ବିହାରରେ ୧୮%+୧୨% ମୋଟ ୩୦% ଦେବାର ଏଭଳି ଦୃଷ୍ଟାନ୍ତ ରହିଛି । ଏଣୁ ଏଣିକି ଏସଇବିସି ନାମରେ ଓବିସିଙ୍କୁ ପ୍ରତାରିତ ନ କରିବାକୁ ବିନମ୍ର ଅନୁରୋଧ ।

0
0
0
s2sdefault