ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ,ଶିକ୍ଷକ ମାନଙ୍କ ଦରଦୀ ବନ୍ଧୁ ତଥା ସାମ୍ବାଦିକ ଙ୍କ ଭୀଷ୍ମ ପିତାମହ କୁହାଯାଉଥିବା ସ୍ୱ. ସୁନୀଲ ଦାଶ ଙ୍କ 64ତମ ଜନ୍ମ ଜୟନ୍ତୀ ଗୁଣପୁର ଠାରେ ପାଳିତ ହୋଇଛି l ଏହି ଅବସରରରେ ସି. ଏଚ ଗଣେଶ ମୁନିଗୁଡା ଇନାଡୁ ପତ୍ରିକା ର ସାମ୍ବାଦିକ, ଲୋକବାଥ ପାଣିଗ୍ରାହୀ ଗୁଣପୁର ର ବରିଷ୍ଠ ସାମ୍ବାଦିକ, ଦେବୀ ଚୌଧୁରୀ ବରିଷ୍ଠ ସାମ୍ବାଦିକ ଙ୍କୁ 2024-25 ବର୍ଷ ର ସାମ୍ବାଦିକ ସମ୍ମାନ ଓ ସଂଯୁକ୍ତା ତ୍ରିପାଠୀ, ବରିଷ୍ଠ ଶଖିୟିତ୍ରୀ, ବିନାୟକ ଶଡ଼ଙ୍ଗୀ, ବରିଷ୍ଠ ଶିକ୍ଷକ, ନୀଳମାଧବ ଦାଶ, ବରିଷ୍ଠ ଶିକ୍ଷକ ଙ୍କୁ 2024-25 ବର୍ଷ ର ଶିକ୍ଷକ ସମ୍ମାନ ସୁନୀଲ ମେମୋରିଆଲ ଚାରିଟେବଲ ଫାଉଣ୍ଡେସନ ତରଫରୁ ଦିଆଯାଇଛି l ସୁନୀଲ ଦାଶଙ୍କ 64ତମ ଜୟନ୍ତୀ ରେ ଆୟୋଜିତ ଏହି କାର୍ଯ୍ୟ କ୍ରମ ର ପ୍ରଥମ ପର୍ଯ୍ୟାୟ ରେ 108 ହନୁମାନ ଚାଳିଶା ପଠନ ସହ ସୁନୀଲ ଦାଶ ଙ୍କ ପ୍ରତିମୂର୍ତ୍ତି ରେଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା ଓ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅତିଥି ଓ ସଦସ୍ୟ ଙ୍କ ଦ୍ୱାରା ହରିଡ଼ା, ଅର୍ଜୁନ, ସାହାଡ଼ା, ବେଲ, ଅଁଳା ଭଳି ଔଷଧ ବୃକ୍ଷ ଲଗାଯାଇଥିଲା l ଦ୍ଵିତୀୟ ପର୍ଯ୍ୟାୟ ରେ ସ୍ୱ ସୁନୀଲ ଦାଶ ଙ୍କ ସ୍ମୃତି ଚlରଣ ତଥା ସମ୍ବର୍ଦନା କରାଯାଇଥିଲା l ସଭା ମଞ୍ଚ ର ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ନୀଳାଞ୍ଚଳ ମିଶ୍ର ସ୍ୱାଗତ ଭାଷଣ କରିଥିଲେ l ମେମୋରିଆଲ ଫାଉଣ୍ଡେସନ ର ଉପଦେଷ୍ଟା ପ୍ରଦୀପ ଦାଶ ଉଦେଶ୍ୟଜ୍ଞାପନ କରିଥିବା ବେଳେ ମୁଖ୍ୟ ଅତିଥି ପୌରପରିଷଦ ଅଧକ୍ଷା ମମତା ଗୌଡ଼, ସମ୍ମାନିତ ଅତିଥି ଗାନ୍ଧୀ ଯାନ୍ତ୍ରିକ ବିଦ୍ୟାଳୟ ର ଉପ ସଭାପତି ଡ଼ ଚନ୍ଦ୍ରଧ୍ଵଜ ପଣ୍ଡା, ପୂର୍ବତନ ବି.ଇ.ଓ ସୁବାଷ୍ ଶବର , ସୁନୀଲ ଦାଶ ଙ୍କ ସେବା ଓ ନିର୍ଭିକ ବିଷୟ ରେ ସ୍ମୃତି ଚରଣ କରିଥିଲେ l ସଭା କାର୍ଯ୍ୟକୁ ବରିଷ୍ଠ ଶିକ୍ଷକ ଜଗନ୍ନାଥ ପଟନାୟକ ପରିଚାଳନା କରିଥିଲେ l ପୌର ଉପାଧକ୍ଷ ଶିବ ଗୌଡ଼, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବଂ ଧନଂଜୟ ବେହେରା, ଓକିଲ ସଙ୍ଘ ସଭାପତି ଗୌରୀ ଦାଶ, ସମାଜସେବୀ ଅକ୍ଷୟ ଦାଶ, ରାୟଗଡା ଜିସିଡି ର ହିନ୍ଦୀ ଶିକ୍ଷକ ଅଶୋକ ଦାଶ, ଚାରିଟେବୁଲ ଫାଉଡେଶନ ର ସଦସ୍ୟ ଶିବ ମହାପାତ୍ର, ଭାସ୍କର ଦାଶ, ଡ଼. ପ୍ରଶାନ୍ତ ହୋତା ପ୍ରମୁଖ ଙ୍କ ଦ୍ୱାରା ସାମ୍ବାଦିକ ସମ୍ମାନ ଓ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା l ସଭା ଶେଷରେ ଅନନ୍ତ ପାତ୍ର ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା l ଏହି ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ସ୍ୱ ସୁନୀଲ ଦାଶ ଙ୍କ ଦୁଇ ପୁଅ ଶକ୍ତି ଦାଶ, ସିଦ୍ଧାର୍ଥ ଦାଶ, କଳିଙ୍ଗ ସାମ୍ବାଦିକ ସଙ୍ଘ ର ପ୍ରଶାନ୍ତ କୁମାର କର, ସୂର୍ଯ୍ୟ ପଟ୍ଟନାୟକ , ହରି ଶତପଥୀ, ରଂଜିତ ପାଢ଼ୀ, ସୁନୀଲ ସାବ, ସତ୍ୟ ସାହୁ, ସୀମାଞ୍ଚଳ ଗୌଡ, ଅଶୋକ ପଟ୍ଟନାୟକ ପ୍ରମୁଖ ତୁଲାଇଥିଲେ l