ଓଡ଼ଗାଁ,୧୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିର ଦ୍ବାରା ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ବାର୍ଷିକ ଉତ୍ସବ ଅବସରରେ ଚଳିତ ମାଟ୍ରିକ ପରୀକ୍ଷାରେ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇଙ୍କ ଦ୍ବାରା ଦଣ୍ଡୋର ଗାଁର ଛାତ୍ର ବିସ୍ମୟ ପଣ୍ଡା, ଶୁଭମ ସ୍ୱାଇଁ, ଜାମୁ ସାହି ଗାଁର ଛାତ୍ରୀ ସଙ୍ଗୀତା କୁମାରୀ ନାୟକ ଏବଂ ପନ୍ତିଖାରୀ ଗାଁର ସ୍ଥିତପ୍ରଜ୍ଞା ଷଡ଼ଙ୍ଗୀଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲା । ଏହି କୃତି ଛାତ୍ର ମାନେ ଗାୟତ୍ରୀ ବିଦ୍ୟାମନ୍ଦିର ମାଶାବାରୀରେ ସେମାନଙ୍କ ବିଦ୍ୟାରମ୍ଭ କରିଥିଲେ । ଏହି ବିଦ୍ୟାଳୟରେ ସେମାନଙ୍କ ମୂଳଦୁଆ ନିର୍ମାଣ ହୋଇଥିଲା । ତେଣୁ ଚଳିତ ବର୍ଷ ସହରାଞ୍ଚଳ ପରିବର୍ତ୍ତେ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ବାଜିମାତ କରିବା ନେଇ ସାଧାରଣରେ ଶୁଭେଚ୍ଛାରର ସୁଅ ଛୁଟିଛି। ଗାୟତ୍ରୀ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରତ୍ୟେକ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଉତ୍କର୍ଷତାର ପ୍ରତିପାଦନ କରିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାମନ୍ଦିର ଅଧ୍ୟକ୍ଷ ବୀରେନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିଶୁ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନରେ ପହଁଚାଇବା ଲକ୍ଷ୍ୟ ରଖି ରଙ୍ଗଣୀପାଟଣା ବଡ଼ ସାହି ଠାରେ ଆୟୋଜିତ ବାର୍ଷିକ ଉତ୍ସବରେ ବିଦ୍ୟାମନ୍ଦିରର ଶିଶୁ ମାନଙ୍କ ଦ୍ବାରା ପରିବେଷଣ ହୋଇଥିବା ଗୋପାଳ ଛୋଟରାୟଙ୍କ ଗୀତିନାଟ୍ୟ ଗଣେଶ ଏବଂ ଏକକ ଓ ଦଳଗତ ନୃତ୍ୟ ସହିତ ଅଙ୍କିତା ଆଚାର୍ଯ୍ୟଙ୍କ ଓଡିଶି ନୃତ୍ୟ ମାଧ୍ୟମରେ ଶିବ ତାଣ୍ଡବ ପରିବେଷଣରେ ଦର୍ଶକ ବିଭୋର ହୋଇଥିଲେ । ଶିଶୁ ମାନଙ୍କ ଜୀବନ୍ତ ଅଭିନୟ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପ୍ରମାଣିତ କରିଥିଲା।
ରାଜ୍ୟ
ଗାୟତ୍ରୀ ବିଦ୍ୟାମନ୍ଦିର ମାଶାବାରୀ, ମାଟ୍ରିକ ପରୀକ୍ଷାରେ ଏ(ୱାନ) ଶ୍ରେଣୀରେ ଉତିନ୍ନ ଛାତ୍ର ଛାତ୍ରୀ ସମ୍ବର୍ଦ୍ଧିତ
- Hits: 46