ଓଡ଼ଗାଁ,୧୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଥଦେଇ ଗ୍ରସ୍ତ କରିବା ସମୟରେ ମାନନୀୟା ବାଚସ୍ପତି ସୁରମା ପାଢୀ ଅଚାନକ ଭାବେ ଶନିବାର ସନ୍ଧ୍ୟାରେ ଓଡ଼ଗାଁ ଆଦର୍ଶ ଥାନା ପରିଦର୍ଶନ କରିଥିଲେ । ମାନନୀୟା ବାଚସ୍ପତି ନୟାଗଡ଼ - ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ଦେଇ ବେଲଗୁଣ୍ଠା ଅଭିମୁଖେ ଯାଉଥିବା ସମୟରେ ଅଚାନକ ଭାବେ ଓଡ଼ଗାଁ ଆଦର୍ଶ ଥାନା ପରିସରରେ ପହଁଞ୍ଚିଥିଲେ । ବାଚସ୍ପତିଙ୍କୁ ଆଇଆଇସି ଅଭୟ ବେହେରା ଓ ଉପସ୍ଥିତ ଅନ୍ୟମାନେ ଅଫିସ ମଧ୍ୟକୁ ପାଛୋଟି ନେଇଥିଲେ । ମାନନୀୟା ବାଚସ୍ପତି ଆଇଆଇସି ଅଭୟ ବେହେରାଙ୍କ ସହିତ ଓାୖପଚାରିକ ସାକ୍ଷାତ ସମୟରେ ଅଞ୍ଚଳ ସମ୍ପର୍କରେ ଆଲୋଚନା କରିବା ସହିତ ଓଡ଼ଗାଁକୁ ସର୍ବଦା ଶାନ୍ତି ଶୃଙ୍ଖଳା ଓ ସୈାହାର୍ଦ ପୂର୍ଣ୍ଣ ଭାବେ ଆଗେଇ ନେବାକୁ ପରାମର୍ଶ ପ୍ରଦାନ କରିଥିଲେ । ବାଚସ୍ପତିଙ୍କ ପରିଦର୍ଶନ ସମୟରେ ସ୍ଥାନୀୟ ବିଜେପି କର୍ମକର୍ତ୍ତା ଓ ସମର୍ଥକମାନେ ଉପସ୍ଥିତ ଥିବା ଉପସ୍ଥିତ ରହିଥିବା ଦେଖାଯାଇଥିଲା ।
ରାଜ୍ୟ
ବାଚସ୍ପତିଙ୍କ ଅଚାନକ ଆଦର୍ଶ ଥାନା ପରିଦର୍ଶନ
- Hits: 72