ହେଡଲାଇନସ୍:

ଜମି ଥାଇ ଭୂମିହୀନଙ୍କୁ ମିଳିନି ସରକାର ଦେଇଥିବା ଭୂମି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର :-ବରଗଡ ଜିଲ୍ଲା ବିଜେପୁରର ସମୁଦାୟ ୩୦ ଜଣ ଭୂମିହୀନ ପରିବାରଙ୍କୁ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ୧୯୯୯ ମସିହାରୁ ୪ ଡିସମିଲ୍ ଲେଖାଏଁ ଜମି ସମୁଦାୟ ୩୦ ଜଣଙ୍କୁ ଘରବାଡ଼ି ପଟ୍ଟା ପ୍ରଦାନ କରା ହୋଇଛି। କିନ୍ତୁ ଦୁଃଖର ଏବଂ ପରିତାପର ବିଷୟ ଏହି ଯେ, ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଇଥିବା ଜମି ପାଇ ପାରି ନାହାନ୍ତି। ୨୦୨୧ ଜୁନ୍ ମାସରେ ଯାଗାଦଖଲ କରିଯିବା ସମୟରେ ନିକଟସ୍ଥ କେଉଁଟିପାଲି ଗ୍ରାମବାସୀ ଗଣ୍ଡୋଗୋଳ ଭିଆଇ କାର୍ଯ୍ୟ ବନ୍ଦ କରିଦେଇଥିଲେ । ବରଗଡ଼ ଜିଲ୍ଲାପାଳ ଙ୍କୁ ଏସମ୍ପର୍କରେ ଚାରିଚାରି ଥର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ଦିଆହୋଇଛି । ଜିଲ୍ଲାପାଳ ମହାଶୟ ୭ ଦିନ ମଧ୍ୟରେ ଯାଗାଦଖଲ ନେଇ ପ୍ରତିଶ୍ରୁତି ଦେଇଥିଲେ। ୨୧.୦୩.୨୦୨୫ ତାରିଖରେ ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିଯୋଗ ଦିଆହୋଇଛି।ପରେ ୧୬.୦୪.୨୫ ତାରିଖରେ ଜାଗା ଦଖଲ ସମୟରେ ଗ୍ରାମବାସୀ ପୁଣି ଗଣ୍ଡଗୋଳ ଆରମ୍ଭ କରିଥିଲେ । ଆଜି ୧୭.୦୫.୨୫ ତାରିଖରେ ଯାଗାଦଖଲ କରିବା ସମୟରେ ପୁଣି ଗଣ୍ଡଗୋଳ ଉପୁଜି ଥିଲା। ଏନେଇ ସରକାର ଠାରୁ ପାଇଥିବା ଭୂମିହୀନ ମାନେ ସ୍ଥାନୀୟ ଶ୍ରୀରାମ ନଗର ମୁଖ୍ୟ ରାସ୍ତାକୁ ଓହ୍ଲାଇ ଆସି ରାସ୍ତା ରୋକ କରିଥିଲେ।ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ସୁସାନ୍ତମଣି ମହାନ୍ତି ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏପରିକି ସ୍ଥାନୀୟ ଅତିରିକ୍ତ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ ଘଟଣା ସ୍ଥଳକୁ ଆସି ରାସ୍ତା ଅବରୋଧ କରିଥିବା ଭୂମିହୀନ ମାନଙ୍କ ସହିତ କଥାବାର୍ତ୍ତା ବୁଝାସୁଝା କଲା ପରେ ରାସ୍ତା ଅବରୋଧ ପ୍ରଶମିତ ହୋଇଥିଲା। ରାସ୍ତା ଅବରୋଧ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା।

0
0
0
s2sdefault