ହେଡଲାଇନସ୍:

ପଞ୍ଚମ ଥର ପାଇଁ ତନରଡା ଆର୍ଯ୍ୟ କନ୍ୟା ଗୁରୁକୂଳର ଛାତ୍ରୀ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାକୁ ମନୋନୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଜିଲ୍ଲା ସ୍ତରୀୟ ଯୋଗ ପ୍ରତିଯୋଗିତାରେ ପୁଣିଥରେ ବାଜିମାତ୍ କରିଛନ୍ତି ବେଲଗୁଣ୍ଠା ବ୍ଳକ୍ ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳର ଛାତ୍ରୀମାନେ I କ୍ରମାଗତ ଭାବେ ଏହି ଅନୁଷ୍ଠାନର ଛାତ୍ରୀମାନେ ପଞ୍ଚମ ଥର ପାଇଁ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି I ଚଳିତ ବର୍ଷ ଏହି ଅନୁଷ୍ଠାନରୁ ନବମ ଶ୍ରେଣୀର ଛାତ୍ରୀ ରେଶ୍ମା ବିଷୋୟୀ ଏବଂ ଦଶମ ଶ୍ରେଣୀର ଛାତ୍ରୀ ରୀତି ନାୟକ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି I ଉଭୟ ଛାତ୍ରୀ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ ଯୋଗ ଅଲମ୍ପିଆଡ୍-2025 କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଦର୍ଶନ କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି I ଉଭୟ ଛାତ୍ରୀଙ୍କ ପାଇଁ ଆଜି ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳର କ୍ରୀଡ଼ା ଶିକ୍ଷୟିତ୍ରୀ ପୁରସ୍କାର ଏବଂ ସାର୍ଟିଫିକେଟ ଗ୍ରହଣ କରିଥିଲେ I ଉଭୟ ଛାତ୍ରୀଙ୍କ ସଫଳତା ପାଇଁ ଏଡିଇଓ ବସନ୍ତ କୁମାର ପଣ୍ଡା, ଜିଲ୍ଳା ଶାରୀରୀକ ଶିକ୍ଷା ନୀରିକ୍ଷକ ଭାଗିରଥୀ ସ୍ୱାଇଁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି I

0
0
0
s2sdefault