ହେଡଲାଇନସ୍:

ଦ୍ବନ୍ଦ୍ବାତ୍ମକ ବୟାନ ପାଇଁ ବରିଷ୍ଠ ଦଇତାପତି ରାମକୃଷ୍ଣଙ୍କୁ କୈଫିୟତ ତଲବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୭ ଦିନ ଭିତରେ ଉତ୍ତର ଦେବାକୁ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ତୁଟୁନି ଦିଘା ଶ୍ରୀଜଗନ୍ନାଥ ମନ୍ଦିର ବିବାଦ । ଦିନକୁ ଦିନ ଅଡ଼ୁଆ ସୁତା ପରି ହେବାରେ ଲାଗିଛି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବୟାନବାଜି । ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଗଣିତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମନରେ ଶଙ୍କା ସୃଷ୍ଟି ଏବଂ ଶ୍ରୀମନ୍ଦିର ଗରିମାକୁ କ୍ଷୁର୍ଣ୍ଣ କରିବା ଅଭିଯୋଗରେ ରାମକୃଷ୍ଣଙ୍କୁ କୈଫିୟତ୍ ତଲବ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନୋଟିସ ପାଇବାର ୭ ଦିନ ମଧ୍ୟରେ ଉତ୍ତର ଦାଖଲ କରିବାକୁ ନୋଟିସରେ କୁହାଯାଇଛି । ସନ୍ତୋଷ ଜନକ ଉତ୍ତର ହସ୍ତଗତ ନହେଲେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ କୁହାଯାଇଛି ।

ପଶ୍ଚିମବଙ୍ଗ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରି ଏବଂ ଶ୍ରୀମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କର ନବକଳେବର ବକଳା ଦାରୁରେ ନିର୍ମିତ ମୂର୍ତ୍ତି ସେହି ଦୀଘା ମନ୍ଦିରକୁ ପ୍ରଦାନ କରିଥିବା ରାମକୃଷ୍ଣ, ଏକ ବଙ୍ଗୀୟ ଟିଭି ଚାନେଲକୁ ସାକ୍ଷାତକାର ଦେଇଥିବା ଅଭିଯୋଗ ହୋଇଥିଲା । ପରେ ଓଡିଶା ଗଣମାଧ୍ୟମରେ ସେ ଏହାକୁ ଖଣ୍ଡନ କରିଥିବା ସହ ଅନ୍ୟ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ନେଇ ନିଜେ ତାକୁ ପ୍ରତିଷ୍ଠା କରିଥିବା କହିଥିଲେ ରାମକୃଷ୍ଣ । ନବକଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର “ଦାରୁଘର”ରେ ସଂରକ୍ଷିତ ରହିବାର ବିଧି ରହିଥିବା ବେଳେ ଆବଶ୍ୟକ ସମୟରେ କେବଳ ଶ୍ରୀଜୀଉମାନଙ୍କ ବ୍ଯବହାରରେ ବିନିଯୋଗର ବିଧି ତଥା ପରମ୍ପରା ରହିଛି । ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ସେନେଇ ଅବଗତ ଥାଇ ମଧ୍ୟ ଗଣମାଧ୍ୟମକୁ ଏଭଳି ବୟାନ ଦେବା ଦ୍ବାରା ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି ହୋଇଥିବା ନୋଟିସରେ କୁହାଯାଇଛି ।

ଦଇତାପତି ଶ୍ରୀ ଦାସମହାପାତ୍ରଙ୍କ ଦ୍ବନ୍ଦ୍ବାତ୍ମକ ବୟାନ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଲୋଡ଼ନ ସୃଷ୍ଟି କରିବା ସହ ତାଙ୍କ ଧାର୍ମିକ ଭାବନାରେ ଗଭୀର ଆଘାତ ଦେବା ସହ ଶ୍ରୀମନ୍ଦିରର ଗରିମା ଓ ଐତିହ୍ୟକୁ କ୍ଷୂର୍ଣ୍ଣ କରିଥିବା ନୋଟିସରେ ଦର୍ଶାଯାଇଛି ।

0
0
0
s2sdefault